ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆତଙ୍କବାଦୀଙ୍କୁ ଧରିବାରେ ଭାରତକୁ କରିବୁ ସଂପୂର୍ଣ୍ଣ ସାହାଯ୍ୟ : ପହଲଗାମ ଆତଙ୍କୀ ହମଲାରେ ଆମେରିକାର ଘୋଷଣା

Published By : Prameya | April 25, 2025 10:15 PM

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲାକୁ କଡ଼ା ଶବ୍ଦରେ ନିନ୍ଦା କରି ପୂରା ଦୁନିଆ ଭାରତ ସହ ଠିଆ ହୋଇଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷ୍‌ର ରାଷ୍ଟ୍ରପତି ଭ୍ଲାଗଦିମିର ପୁଟିନଙ୍କ ବ୍ୟତୀତ ଅନେକ ୟୁରୋପୀୟ ଓ ଆରବ ଦେଶ ଆତଙ୍କବାଦ ବିରୋଧରେ ଲଢେଇ ଲଢିବାରେ ଭାରତକୁ ସମର୍ଥନର ଆଶ୍ୱାସନା ଦେଇ ସାରିଛନ୍ତି। ଏହି ମଧ୍ୟରେ ଆମେରିକୀୟ ଗୁଇନ୍ଦା ମୁଖ୍ୟ ତୁଳସୀ ଗବାର୍ଡ ପହଲଗାମ ହମଲାକୁ ଇସଲାମିକ ହମଲା ଦର୍ଶାଇ କହିଛନ୍ତି ଯେ, ଆତଙ୍କୀଙ୍କୁ ଧରିବାରେ ଆମେରିକା ଭାରତକୁ ସବୁ ପ୍ରକାରର ସାହାଯ୍ୟ କରିବ। ଏହି ମୁସ୍କିଲ ସମୟରେ ଆମେରିକା ଭାରତ ସହ ଦୃଢ ଭାବେ ଠିଆ ହୋଇଛି।

ଶୁକ୍ରବାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ତୁଳସୀ ଗବାର୍ଡ ଲେଖିଛନ୍ତି, ଆମେ ପହଲଗାମରେ ୨୬ଜଣ ହିନ୍ଦୁଙ୍କୁ ଟାର୍ଗେଟ୍‌ କରି କରାଯାଇ ଥିବା ଭୟାବହ ଇସଲାମୀ ଆତଙ୍କବାଦୀ ହମଲାକୁ ନେଇ ଭାରତ ସହ ଏକାଠି ଠିଆ ହୋଇଛୁ। ଯେଉଁ ଲୋକେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତର ସବୁ ଲୋକଙ୍କ ସହ ମୋର ପ୍ରାର୍ଥନା ଓ ସମ୍ୱେଦନା ରହିଛି। ସେ ଆହୁରି କହିଛନ୍ତି , ଆମେ ଆପଣଙ୍କ ସହ ଅଛୁ ଏବଂ ଏହି ଜଘନ୍ୟ ହମଲା ଘଟାଇ ଥିବା ଲୋକଙ୍କୁ ଧକିବାରେ ଆମେ ଆପଣଙ୍କର ପୂରା ସହଯୋଗ କରିବୁ।

ଏହା ପୂର୍ବରୁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀରରେ ହୋଇଥିବା ଆତଙ୍କୀ ହମଲାକୁ ନିନ୍ଦା କରି କହିଥିଲେ ଯେ, ଆମେରିକା ଆତଙ୍କବାଦର ବିରୋଧରେ ଭାରତ ସହ ଦୃଢଭାବେ ଠିଆ ହୋଇଛି। ହମଲା ପରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନ୍‌ରେ ମଧ୍ୟ କଥା ହୋଇ ଥିଲେ। ଟ୍ରମ୍ପ ଟ୍ରୁଥ୍‌ ସୋସିଆଲରେ ଏକ ପୋଷ୍ଟରେ କହିଥିଲେ , କାଶ୍ମୀରରୁ ଖୁବ୍‌ ଚିନ୍ତାଜନକ ଖବର ଆସିଛି। ଆତଙ୍କବାଦ ବିରୋଧର ଭାରତ ସହ ଆମେରିକା ଦୃଢ ଭାବେ ଠିଆ ହୋଇଛି ,ଆମେ ମୃତକଙ୍କ ଆତ୍ମାର ଶାନ୍ତି ଓ ଆହତଙ୍କ ସୁସ୍ଥତା ନେଇ ପ୍ରାର୍ଥନା କରୁଛୁ। ପ୍ରଧାନମନ୍ତ୍ରୀ ମୋଦି ଓ ଭାରତର ଲୋକଙ୍କୁ ଆମର ପୂରା ସମର୍ଥନ ଓ ଗଭୀର ସହାନୁଭୂତି ଅଛି। ଆମର ସମ୍ୱେଦନା ଆପଣ ସମସ୍ତଙ୍କ ସହ ଅଛି।

ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲାର କଡ଼ା ନିନ୍ଦା କରିଥିଲେ। ପୁଟିନ ଏହାକୁ ଭୟଙ୍କର ଅପରାଧ ଭାବେ ଦର୍ଶାଇ ଥିଲେ। ସେ ଏହି ହମଲାରେ ମୃତକ ପର୍ଯ୍ୟଟକଙ୍କ ପ୍ରତି ଗଭୀର ସମବେଦନା ବ୍ୟକ୍ତି କରିଥିଲେ ଏବଂ ଆତଙ୍କବାଦ ବିରୋଧରେ ଆନ୍ତର୍ଜାତିକ ଏକତାର ଆବଶ୍ୟକତା ଉପରେ ମଧ୍ୟ ଜୋର୍‌ ଦେଇଛନ୍ତି। 

ମଙ୍ଗଳବାର ୨୨ ଅପ୍ରେଲରେ ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ଆତଙ୍କୀମାନେ ୨୬ ଜଣ ଲୋକଙ୍କୁ ମାରି ଦେଇଛନ୍ତି। ଏହି ସମୟରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅନେକ ପର୍ଯ୍ୟଟକ ଥିଲେ , ଯେଉଁମାନେ ଭାରତର ଭିନ୍ନ ଭିନ୍ନ ରାଜ୍ୟକୁ କାଶ୍ମୀର ବୁଲିବାକୁ ଆସି ଥିଲେ। ସୂଚନା ମୁତାବିକ , ଆତଙ୍କବାଦୀମାନେ ମାରିବା ପୂର୍ବରୁ ଲୋକଙ୍କୁ ତାଙ୍କର ଧର୍ମ କଥା ପଚାରି ଥିଲେ। ପୁଲିସ ଓ  ଭାରତୀୟ ସେନା ହମଲାରେ ସାମିଲ ଆତଙ୍କୀଙ୍କ ତଲାସ କରୁଛନ୍ତି। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.