PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଟୁଙ୍ଗୁରୁ-ବର୍ଷା ପ୍ରେମ କାହାଣୀରେ ପୂର୍ଣ୍ଣଚ୍ଛେଦ: ଦୁଷ୍କର୍ମ ଅଭିଯୋଗରେ ଟୁଙ୍ଗୁରୁ ଗଲା ଜେଲ୍‌

ଭୁବନେଶ୍ୱର,୩୦/୦୯: ବହୁ ଚର୍ଚ୍ଚିତ ଟୁଙ୍ଗୁରୁ-ବର୍ଷା ପ୍ରେମ କାହାଣୀରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବର୍ଷାଙ୍କୁ ଦୁଷ୍କର୍ମ କରିବା ସହ ଧମକଚମକ ଦେବା ଅଭିଯୋଗରେ ଭରତପୁର ଥାନା ପୁଲିସ ଟୁଙ୍ଗୁରୁ ଭୋଳ ଓରଫ ଆଲୋକ ଭୋଳ(୨୧)ଙ୍କୁ ଗିରଫ କରିଛି । ଟୁଙ୍ଗୁରୁଙ୍କ ଘର ଗଞ୍ଜାମ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଶିକିରି ଗ୍ରାମରେ । ସେ ଭରତପୁର ଥାନା ଅନ୍ତର୍ଗତ ଫୁଲେଶ୍ୱରୀ ବସ୍ତିରେ ରହୁଥିଲେ ।

ପୁଲିସ ସୂଚନା ଅନୁଯାୟୀ, ଟୁଙ୍ଗୁରୁ ଜଣେ ଅଟୋ ଚାଳକ । ତାଙ୍କ ଅଟୋରେ ଭରତପୁର ଥାନା ଅନ୍ତର୍ଗତ ଶରଧାପଲ୍ଲୀ ବସ୍ତିରେ ରହୁଥିବା ସୁଜୟନ୍ତୀ ଦଳେଇ ଓରଫ ବର୍ଷା ଭୋଳ(୨୯) ଯିବା ଆସିବା କରନ୍ତି । ଏହାରି ଭିତରେ ଉଭୟଙ୍କ ମଧ୍ୟରେ ଗଢ଼ିଉଠେ ପ୍ରେମ ସଂପର୍କ । ଫୋନ୍‌ରେ ଦିନରାତି ଗପସପ ସାଙ୍ଗକୁ ଭେଟାଭେଟି ହୋଇ ପ୍ରେମ ଦିଆନିଆ ହେଉଥିଲେ । ଫିଲ୍ମ ଦେଖିବା ଓ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଉଥିଲେ । ଟୁଙ୍ଗୁରୁଙ୍କ ପ୍ରେମରେ ଉବୁଟୁବୁ ହେଉଥିବା ଗୋଟିଏ ସନ୍ତାନର ଜନନୀ ବର୍ଷା ଶେଷରେ ସ୍ୱାମୀ ଓ ଛୁଆଙ୍କୁ ଛାଡ଼ି ଅନ୍ୟତ୍ର ରହୁଥିଲେ । ଟୁଙ୍ଗୁରୁ ତାଙ୍କ ଘରକୁ ସବୁବେଳେ ଯିବା ଆସିବା କରୁଥିଲେ ।

ଏହାଭିତରେ ଟୁଙ୍ଗୁରୁଙ୍କ ପରିବାର ଲୋକେ ଅନ୍ୟଜଣେ ଯୁବତୀଙ୍କ ସହ ଟୁଙ୍ଗୁରୁଙ୍କୁ କୋଳଥିଆ ଜଗନ୍ନାଥ ମନ୍ଦିରରେ ବିବାହ କରିବାକୁ ବସିଥିଲେ । ଏହି ଖବର ବର୍ଷାଙ୍କ କାନରେ ପଡ଼ିଥିଲା । ବର୍ଷା କୋଳଥିଆ ଜଗନ୍ନାଥ ମନ୍ଦିରରେ ପହଞ୍ଚି ଟୁଙ୍ଗୁରୁଙ୍କ ବାହାଘର ଭାଙ୍ଗି ଦେଇଥିଲେ। ଫୁଲମାଳ, ସିନ୍ଦୂର ଧରି ଭରତପୁର ଥାନାରେ ପହଞ୍ଚି ଟୁଙ୍ଗୁରୁଙ୍କୁ ବିବାହ କରିବାକୁ ଜିଦ୍‌ ଧରିଥିଲେ । ଥାନା ଆଗରେ ଧାରଣାରେ ବସିଥିଲେ । ପୁଲିସ ଟୁଙ୍ଗୁରୁଙ୍କୁ ଥାନାକୁ ଡ଼କାଇଥିଲା । ଉଭୟେ ବିବାହ କରିବେ ବୋଲି କହିବା ପରେ ପୁଲିସ ଟୁଙ୍ଗୁରୁଙ୍କୁ ସିଆରପିସି ଧାରା ୪୧ରେ ନୋଟିସ୍‌ ଦେଇ ଛାଡ଼ି ଦେଇଥିଲା ।

ଏହି ଚର୍ଚ୍ଚିତ ପ୍ରେମ କାହାଣୀକୁ ନେଇ ରାଜଧାନୀ ସମେତ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଉଭୟଙ୍କ ପ୍ରେମ କାହାଣୀକୁ ନେଇ ସଙ୍ଗୀତ ନିର୍ଦ୍ଦେଶକମାନେ ବିଭିନ୍ନ ମ୍ୟୁଜିକ ଭିଡ଼ିଓ ଓ ଗୀତ ପ୍ରସ୍ତୁତ କରିଥିଲେ । ଉଭୟ ପ୍ରେମକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାରେ ଥିଲେ । ଶେଷରେ ଟୁଙ୍ଗୁରୁ ଆଉ ବର୍ଷାଙ୍କୁ ଧରାଛୁଆଁ ଦେଇ ନଥିଲେ । ଗତମାସ ୩ ତାରିଖରେ ବର୍ଷା ଫୁଲେଶ୍ୱରୀ ବସ୍ତିକୁ ଏକ ପ୍ଲଟ୍‌ କିଣିବାକୁ ଯାଇଥିବା ବେଳେ ଟୁଙ୍ଗୁରୁ ଅନ୍ୟଜଣେ ମହିଳାଙ୍କ ସହ ଏକ ରୁମ୍‌ରେ ମଦ୍ୟ ପିଉଥିଲେ । ବର୍ଷାଙ୍କୁ ଦେଖି ସେ ଗାଳିଗୁଲଜ କରିଥିଲେ । ଗତମାସ ୧୦ ତାରିଖ ରାତି ୧୨ଟାରେ ଟୁଙ୍ଗୁରୁ ଜଣେ ମହିଳାଙ୍କୁ ନେଇ ବର୍ଷାଙ୍କୁ ତାଙ୍କ ଘରୁ ଡ଼ାକିଥିଲେ । ତାଙ୍କୁ ଫୁଲେଶ୍ୱରୀ ବସ୍ତିକୁ ନେଇ ବଳାତ୍କାର କରିଥିଲେ । ତେଣୁ ବର୍ଷା ଏନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ ।

ପୁଲିସ ଏକ ମାମଲା ରୁଜୁକରି ଟୁଙ୍ଗୁରୁଙ୍କୁ ଖୋଜିଥିଲା । ହେଲେ ଟୁଙ୍ଗୁରୁ ଫେରାର୍‌ ହୋଇ ଯାଇଥିଲେ । ଗତକାଲି ରାତିରେ ଟୁଙ୍ଗୁରୁ ଫୁଲେଶ୍ୱରୀ ବସ୍ତିକୁ ଆସିଥିବା ଖବର ପାଇ ପୁଲିସ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା । ଗୁରୁବାର ଅପରାହ୍ଣରେ ଟୁଙ୍ଗୁରୁଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆ ଯାଇଛି । ଟୁଙ୍ଗୁରୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହେବା ଘଟଣାକୁ ନେଇ ଲୋକେ ଉଭୟଙ୍କ ପ୍ରେମ କାହାଣୀରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ବୋଲି ଲୋକେ କହୁଛନ୍ତି ।

ସମ୍ବନ୍ଧିତ ଖବର