PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଟୁଙ୍ଗୁରୁ ଲାଗି ନଷ୍ଟ ହେଉଛି ଭାବମୂର୍ତ୍ତି, ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଗ୍ରୁପ୍

ଭୁବନେଶ୍ବର,୨/୭: ମୋବାଇଲ୍ ଖୋଲିଲାମାତ୍ରକେ ବର୍ଷା ଓ ଟୁଙ୍ଗୁରୁ ଭୋଳର ପ୍ରେମ କାହାଣୀ ନଜର ଆସୁଛି । ଗାଁଠୁ ସହରରେ ଏହି ନାଁ ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି । ଉଭୟଙ୍କୁ ନେଇ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ବିଭିନ୍ନ ବ୍ୟଙ୍ଗାତ୍ମକ ଶଦ୍ଦ ଏବଂ ଫଟୋ। ଏହାସହ କିଛି ସଙ୍ଗୀତ ନିର୍ଦ୍ଦେଶକମାନେ ଟୁଙ୍ଗୁରୁ ଓ ବର୍ଷାକୁ ନେଇ ଜାରି ରଖିଛନ୍ତି ନିଜର ଆଲବମ୍ । ଯାହାକୁ ନେଇ ରାଜରାସ୍ତାରେ ଏବେ ମହିଳାମାନଙ୍କୁ କମେଣ୍ଟର ଶିକାର ହେବାକୁ ମଧ୍ୟ ପଡ଼ୁଛି । ଖାଲି ମହିଳା ନୁହେଁ ଅଟୋ ଡ୍ରାଇଭରମାନେ ମଧ୍ୟ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହା ଫଳରେ ତାଙ୍କର ରୋଜଗାରରେ ବାଧା ସୃଷ୍ଟି ହେଉଥିବା ନଜର ଆସୁଛି ।

ରାସ୍ତାଘାଟରେ ବିଭିନ୍ନ କମେଣ୍ଟ ଶୁଣିବାକୁ ମିଳୁଛି । ଉଭୟଙ୍କ ପ୍ରେମ କାହାଣୀକୁ ନେଇ ନିର୍ମିତ ହେଉଥିବା ଗୀତକୁ ଆଧାର କରି ରାଜରାସ୍ତାରେ ବାଟ ଚାଲି ପାରୁନାହାନ୍ତି । ଯାହାକୁ ବିରୋଧ କରି ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ ଏବେ ଆଗକୁ ଆସିଛି । ଏ ନେଇ ଅଟୋ ଗ୍ରୁପର ଅଧ୍ୟକ୍ଷ ଦୀନବନ୍ଧୁ ନାୟକ କହିଛନ୍ତି କି, ଟୁଙ୍ଗୁରୁ ଲାଗି ଅଟୋ ଡ୍ରାଇଭରମାନଙ୍କ ମାନ ସମ୍ମାନ ଉପରେ ଆଘାତ ଲାଗିଛି । ଟୁଙ୍ଗୁରୁ ଭୋଳକୁ ରାତାରାତି ଷ୍ଟାର ବନାଇ ଓଡ଼ିଆ ଜାତି ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛନ୍ତି ଆଲବମ ନିର୍ମାତାମାନେ । ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପର ପ୍ରତ୍ୟେକ ଡ୍ରାଇଭର ଭାଇମାନେ ଏହି ଗୀତ ଦ୍ବାରା ନିଜକୁ ଅତି ଲଜ୍ଜିତ ଓ ଅପମାନିତ ମନେ କରୁଛନ୍ତି । ସମାଜସେବା କ୍ଷେତ୍ରରେ ଡ୍ରାଇଭର ଭାଇମାନେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଉଦାହରଣ ସୂରୁପ ବିନା ମୂଲ୍ୟରେ ରକ୍ତ ଦେଇ ରୋଗୀର ଜୀବନ ବଞ୍ଚାଇବା, ଦୁର୍ଘଟଣା ଗସ୍ତ ରୋଗୀକୁ ଡାକ୍ତରଖାନାରେ ପହଞ୍ଚାଇବା ଭଳି କାମ କରୁଛନ୍ତି ।

ମାତ୍ର ବର୍ଷା ଓ ଟୁଙ୍ଗୁରୁକୁ ନେଇ ଗୀତ ହେବା ପରେ ରାସ୍ତାରେ ଅଟୋ ଚଳାଇବାବେଳେ ଟାହି ଟାପରା ଓ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି । ଯାହାଦ୍ବାରା ରୋଜଗାର କରିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି । ଏଣୁ ଏଭଳି ସମସ୍ୟା ଉପରେ ତଦନ୍ତ କରି ଗୀତ ଗୁଡ଼ିକୁ ବନ୍ଦ କରିବା ଏବଂ ଉଭୟଙ୍କୁ ଗିରଫ କରିବାକୁ ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ଗ୍ରୁପ ଦାବି କରିଛି । ଏ ନେଇ ରବିବାର ବିଭିନ୍ନ ଥାନାରେ ଦାବିପତ୍ର ଦେବେ ବୋଲି ଶ୍ରୀ ନାୟକ କହିଛନ୍ତି ।