PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଅଟୋ ଡ୍ରାଇଭର ପରେ ରସିକିଆ କଣ୍ଡକ୍ଟର: ତିନି ତିନିଟା ପ୍ରେମିକା-ପତ୍ନୀ, ଅସହାୟ ମହିଳା ମାଗିଲେ ନ୍ୟାୟ…

ସମ୍ବଲପୁର,୦୪/୦୭: ‘ମୋତ ସ୍ୱାମୀ ଦରକାର । ଯାହା ବି କର ମୋତେ ମୋ ସ୍ୱାମୀ ଓ ଛୁଆ ଆଣିଦିଅ । ସେ ମୋ ସହ ରହିଛି, ସଂସାର କରିଛି । ସେ ଏବେ ଆଉ ଅନ୍ୟ କାହା ସହ ରହିପାରିବନି ।’ ଚର୍ଚ୍ଚିତ ଟୁଙ୍ଗୁରୁ କାହାଣୀ ଭଳି ଅନୁରୂପ ଏକ କାହାଣୀ ସମ୍ବଲପୁର ୱାନ୍‌ ଷ୍ଟପ୍‌ ସଖୀ ସେଣ୍ଟର ସମ୍ମୁଖରେ ଦେଖିବାକୁ ମିଳିଥିଲା । ଶନିବାର ସହରରେ ବୁଲୁଥିବା ବେଳେ ମହିଳା ପୁଲିସ୍‌ ଏହି ଜଣେ ମହିଳାଙ୍କୁ ଉଦ୍ଧାର କରି ସଖୀରେ ଆଣି ଛାଡ଼ିଥିଲା । ସୋମାବାର ଆଇନ୍‌ ଅନୁସାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଖୀ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁସାରେ, ଏକ ନାଇଟ୍‌ କୋଚ୍‌ ବସ୍‌ରେ କଣ୍ଡକ୍ଟର ଭାବେ କାମ କରୁଥିବା ଜଣେ ଯୁବକ ସାଢ଼େ ୩ ବର୍ଷ ତଳେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ନିଜ ପାଖକୁ ନେଇ ଆସିଥିଲା । ତାଙ୍କ ସହ ଶାରୀରିକ ସମ୍ପର୍କ ବି ରଖିଥିଲା । ଉଭୟଙ୍କର ଏକ ଝିଅ ଜନ୍ମ ହୋଇଥିଲା । କିନ୍ତୁ ଉକ୍ତ ମହିଳା ଗର୍ଭବତୀ ହେବା ପରଠାରୁ ଯୁବକଜଣଙ୍କ ନିଜ ଅଞ୍ଚଳର ଜଣେ ନାବାଳିକା(୧୬)ଙ୍କୁ ପୁଣି ପ୍ରେମ କରିବା ଆରମ୍ଭ କରିଦେଇଥିଲା । ଉକ୍ତ ନାବାଳିକାଙ୍କୁ ବି ବିବାହର ସ୍ୱପ୍ନ ଦେଇ ପାଖକୁ ନେଇ ଆସିଥିଲା । ନାବାଳିକାଜଣଙ୍କ ଗର୍ଭବତୀ ହେବା ପରେ ପୁଣି ଯୁବକଜଣଙ୍କ ଅନୁଗୁଳର ଜଣେ ମହିଳାଙ୍କ ପାଖକୁ ଚାଲିଯାଇଥିଲା । ପ୍ରାୟ ବର୍ଷକ ତଳେ ନାବାଳିକା ଉକ୍ତ ତଥାକଥିତ ସ୍ୱାମୀକୁ ଖୋଜି ଖୋଜି ସମ୍ବଲପୁରରେ ଆସି ପହଞ୍ଚିଥିଲେ ।

ଘଟଣା ସମ୍ପର୍କରେ ଅଇଁଠାପାଲି ଥାନାରେ ମାମଲା ବି ରୁଜୁ ହୋଇଥିଲା । ଏଥିରେ ପୁଲିସ୍‌ ଉକ୍ତ ବସ୍‌ କଣ୍ଡକ୍ଟରକୁ ଗିରଫ କରି ଜେଲ୍‌କୁ ପଠାଇଥିଲା । ବୌଦ୍ଧର ଏକ ଶିଶୁ ଯତ୍ନ ଅନୁଷ୍ଠାନକୁ ସ୍ଥାନାନ୍ତର ହୋଇଥିବା ଉକ୍ତ ନାବାଳିକାଙ୍କୁ ତାଙ୍କ ପରିବାର ଲୋକେ ଘରକୁ ନେଇ ଯାଇଥିଲେ । ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଏପଟେ, ଜେଲ୍‌ରେ ଥିବା ଉକ୍ତ ବସ୍‌ କଣ୍ଡକ୍ଟରକୁ ଅନୁଗୁଳର ଉକ୍ତ ମହିଳା ଆସି ଜାମିନ୍‌ରେ ମୁକୁଳାଇଥିଲେ । କିଛି ଦିନ ପରେ ଉକ୍ତ ବସ୍‌ କଣ୍ଡକ୍ଟର ପୁଣିଥରେ ପ୍ରଥମ ମହିଳା, ତାଙ୍କ ଝିଅ ଓ ଉକ୍ତ ନାବାଳିକାଙ୍କ ପୁଅକୁ ନିଜ ପାଖକୁ ଡାକି ଆଣିଥିଲା ।

ଟାଉନ୍‌ ଥାନା ଅନ୍ତର୍ଗତ ଲକ୍ଷ୍ମୀଟକିଜ ନିକଟରେ ଥିବା ଏକ ହୋଟେଲ୍‌ରେ କିଛି ମାସ ସେମାନଙ୍କୁ ରଖିଥିଲା । ସେଠାରେ ଭଡ଼ା ବାବଦ ଟଙ୍କା ନଦେବାରୁ ହୋଟେଲ୍‌ ମାଲିକ ରୁମ୍‌ ଖାଲି କରିବାକୁ କହିଥିଲା । ସୂଚନା ପାଇ ଉକ୍ତ କଣ୍ଡକ୍ଟର ପୁଣି ଆସି ସେମାନଙ୍କୁ ଆଣି ଅନ୍ୟ ଏକ ହୋଟେଲ୍‌ରେ ରଖିଥିଲା । କୌଣସି ପ୍ରସଙ୍ଗକୁ ନେଇ ଗତକାଲି ରାତିରେ ଝଗଡ଼ା ହେବା ପରେ ଉକ୍ତ ବସ୍‌ କଣ୍ଡକ୍ଟର ଉକ୍ତ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି, ଶିଶୁ ଦ୍ୱୟକୁ ନେଇ ଫେରାର୍‌ ହୋଇଯାଇଥିଲା । ଏହାପରେ ସେ ଅନନ୍ୟୋପାୟ ହୋଇ ବୁଲୁଥିବା ବେଳେ ପୁଲିସ୍‌ ଉଦ୍ଧାର କରିଥିଲା । ଉକ୍ତ ବସ୍‌ କଣ୍ଡକ୍ଟର ନିକଟରେ ଉକ୍ତ ମହିଳାଙ୍କ ସହ ବିତାଇଥିବା ଅନେକ ମୁହୂର୍ତ୍ତର ଫଟୋ ଓ ଭିଡିଓ କ୍ଲିପ୍‌ ବି ରହିଥିବା ଜଣାପଡ଼ିଛି । ମହିଳା ଜଣଙ୍କ ଉଦ୍ଧାର ହେବା ପରେ ସଖୀ ପକ୍ଷରୁ ଉକ୍ତ ବସ୍‌ କଣ୍ଡକ୍ଟରକୁ ଯୋଗାଯୋଗ କରିବାକୁ ବି ଚେଷ୍ଟା କରାଯାଇଥିବା ଜଣାପଡ଼ିଛି ।