କାଠମାଣ୍ଡୁ,୧୧/୦୫; ନେପାଳରେ ବଡ଼ ଦୁର୍ଘଟଣା ଟଳିଲା । ଅବତରଣ ସମୟରେ ବିମାନ ଟାୟାରରେ ଲାଗିଗଲା ନିଆଁ। ଅଳ୍ପକେ ବର୍ତ୍ତି ଯାଇଛି ୨୭୮ ଜଣଙ୍କ ଜୀବନ। ନେପାଳର କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଛି ଏମିତି ଅଘଟଣ । ଅବତରଣ କରିବା ସମୟରେ ତୁର୍କୀସ୍ ଏୟାରଲାଇନ୍ସର ଏକ ବିମାନର ଟାୟାରରେ ନିଆଁ ଲାଗିଯାଇଥିଲା । ଏହା ପରେ ବିମାନବନ୍ଦରରେ ଆତଙ୍କ ଖେଳି ଯାଇଥିଲା । ବିମାନ ରହିବା ମାତ୍ର ଜରୁରୀକାଳୀନ ଦ୍ୱାର ଖୋଲା ଯାଇ ଯାତ୍ରୀ ଏବଂ କ୍ରୁ ମେମ୍ବରକୁ ସୁରକ୍ଷିତ ବାହାର କରାଯାଇଥିଲା । ଇସ୍ତାନବୁଲରୁ ଆସୁଥିବା ବିମାନ TK726 କାଠମାଣ୍ଡୁର ତ୍ରିଭୁବନ ବିମାନ ବନ୍ଦରରେ ଅବତରଣ କରିଥିଲା । ଏହାର ଡାହାଣ ଲ୍ୟାଣ୍ଡିଂ ଗିୟରରେ ନିଆଁ ଏବଂ ଧୂଆଁ ଦେଖିବାକୁ ମିଳିଥିଲା । ଜରୁରୀକାଳୀନ କର୍ମଚାରୀ ତୁରନ୍ତ ନିଆଁ ଲିଭା କାର୍ଯ୍ୟ କରିଥିଲେ । ତୁର୍କୀ ଏୟାରଲାଇନ୍ସର ଏୟାରବସ୍ ବିମାଟି ୨୭୮ ଯାତ୍ରୀଙ୍କୁ ନେଇ ଯାଉଥିଲା । 

ବିମାନବନ୍ଦର ସୁରକ୍ଷା ଅଧୀକ୍ଷକ ରାଜକୁମାର ସିଲୱାଲ କହିଛନ୍ତି, ତୁର୍କୀସ୍ ଏୟାରଲାଇନ୍ସର ବିମାନ ଟିକେ-୭୨୬ ଇସ୍ତାନବୁଲରୁ କାଠମାଣ୍ଡୁ ଆସୁଥିଲା । ଅବତରଣ ସମୟରେ ଏହାର ଟାୟାରରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ଗାଡ଼ି ସାହାଯ୍ୟରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଜରୁରୀକାଳୀନ ଭାବେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। ବିମାନଟିରେ ୨୭୮ ଜଣ ଯାତ୍ରୀ ଏବଂ ୧୧ ଜଣ କ୍ରୁ ମେମ୍ବର ରହିଥିଲେ। ସେମାନଙ୍କ ମଧ୍ୟରେ କିଛି ଜାତିସଂଘ ଅଧିକାରୀ ମଧ୍ୟ ଥିଲେ। ବିମାନର ଡାହାଣ ଲ୍ୟାଣ୍ଡିଂ ଗିୟରରେ ନିଆଁ ଲାଗିଥିବା ଏବଂ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଜରୁରୀକାଳୀନ ଦ୍ୱାର ଦେଇ ଯାତ୍ରୀମାନଙ୍କୁ ବାହାର କରାଯାଇଥିଲା। ଘଟଣା ସମ୍ପର୍କରେ ବିମାନବନ୍ଦର କିମ୍ବା ବିମାନ କମ୍ପାନି ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇନି। କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନି । 

ଏହା ବି ପଢନ୍ତୁ...ହୋର୍ମୁଜ୍ ସଙ୍କଟର ସମାଧାନ ଖୋଜିଲା ଭାରତ ! ବନ୍ଧୁ UAE ସହ ମିଶି ‘ଫୁଜୈରା ପୋର୍ଟ’ ନେଇ ବଡ଼ ଡିଲ୍ କରିବେ ପ୍ରଧାନମନ୍ତ୍ରୀ  

​​​​​​​ନେପାଳର ପାର୍ବତ୍ୟ ଭୂଖଣ୍ଡ ଏବଂ ପରିବର୍ତ୍ତନଶୀଳ ପାଗ ଉଡାଣ ପରିସ୍ଥିତିକୁ କଷ୍ଟକର କରିଥାଏ । ଏହା ଫଳରେ ବିମାନ ଦୁର୍ଘଟଣା ସଂଖ୍ୟା ଅଧିକ ହୋଇଥାଏ । ୨୦୧୫ ମସିହାରେ, କାଠମାଣ୍ଡୁର ଘନ କୁହୁଡ଼ିରେ ଅବତରଣ  କରିବା ସମୟରେ ତୁର୍କୀସ୍ ଏୟାରଲାଇନ୍ସର ଏକ ବିମା ରନୱେରୁ ଖସି ଯାଇଥିଲା ।

​​​​​​​