ଜୁରିଖ,୨୫/୦୪: ଦୀର୍ଘ ୬ ବର୍ଷ ପରେ ତୁର୍କୀକୁ ପୁଣି ଥରେ ଫର୍ମୁଲା ୱାନ୍ ଫେରିବ । ଆସନ୍ତା ବର୍ଷଠୁ ଇସ୍ତାନବୁଲ ଗ୍ରାଁପ୍ରି ଆରମ୍ଭ ହେବ । ଉଭୟ ପକ୍ଷ ମଧ୍ୟରେ ୫ବର୍ଷ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଫଳ ସ୍ୱରୂପ ୨୦୩୧ ସିଜନ ପର୍ଯ୍ୟନ୍ତ ଇସ୍ତାନବୁଲ ଗ୍ରାଁପ୍ରି ଅନୁଷ୍ଠିତ ହେବ । ଶେଷଥର ପାଇଁ ୨୦୨୧ରେ ଇସ୍ତାନବୁଲ ଫର୍ମୁଲାୱାନ ରେସ୍ ଆୟୋଜନ କରିଥିଲା । ଲୁଇସହାମିଲଟନ ୨୦୨୦ ସିଜନରେ ଏଠାରେ ସପ୍ତମ ବିଶ୍ୱ ଚାମ୍ପିଅନସିପ୍ ଟାଇଟଲ ଜିତିବିଶ୍ୱ ରେକର୍ଡ ସମକକ୍ଷ ହୋଇଥିଲେ ।
୨୦୦୫ରୁ ୨୦୧୧ ମଧ୍ୟରେ ନିୟମିତ ଭାବେ ଇସ୍ତାନବୁଲ ଗ୍ରାଁପ୍ରି ଆୟୋଜିତ ହୋଇଥିଲା । ଏହା ପରେ ଫର୍ମୁଲା ୱାନକ୍ୟାଲେଣ୍ଡରରୁ ଇସ୍ତାନବୁଲ୍କୁ ବାଦ ଦିଆଯାଇଥିଲା । କୋଭିଡ୍କୁ ନେଇ ଅନେକ ଦେଶ ରେସ ଆୟୋଜନ କରିବାକୁ ରାଜି ହୋଇ ନଥିବା ବେଳେ ଇସ୍ତାନବୁଲକୁ ୨ବର୍ଷ (୨୦୨୦ ଓ ୨୦୨୧) ପାଇଁ ପୁଣି ଥରେ କ୍ୟାଲେଣ୍ଡରରେ ସାମିଲ କରାଯାଇଥିଲା । ଇସ୍ତାନବୁଲ ଗ୍ରାଁପ୍ରିକୁ କ୍ୟାଲେଣ୍ଡରରେ ସାମିଲ କରାଯାଇଥିଲେ ହେଁ ଆୟୋଜକ ୨୪ଟି ରେସ୍ରେ ସିଜନ ସୀମିତ ରଖିବେ । ଅର୍ଥାତ କୌଣସି ଏକ ଗ୍ରାଁପ୍ରି ୨୦୨୭ କ୍ୟାଲେଣ୍ଡରରୁ ବାଦ ପଡ଼ିବ ।
ଅଧିକ ପଢ଼ନ୍ତୁ :- IPL 2026 : ସନ୍ଧ୍ୟାରେ ରାଜସ୍ଥାନ-ସନରାଇଜର୍ସ ଦ୍ୱିତୀୟ ମୁକାବିଲା, ପୂର୍ବ ପରାଜୟ ପ୍ରତିଶୋଧ ନୋବକୁ RRର ଲକ୍ଷ୍ୟ