ସାଲେପୁର, ୨୮।୧୦ : ମଦ ବୋଝେଇ ଗାଡ଼ି ସହ ଏକ ପିକ ଅପ୍ ଭ୍ୟାନ ମୁହାଁ ମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ପରେ ଲୋକେ ବୋହି ନେଲେ ବିଦେଶୀ ମଦ। କଟକ ସାଲେପୁର ରାସ୍ତା ର ଭାତପଡ଼ା ନିକଟରେ ଏହି ଘଟଣା ଘଟିଛି।
କଟକ ସାଲେପୁର ରାସ୍ତା ର ଭାତପଡ଼ା ନିକଟରେ ମଦ ବୋଝେଇ ଗାଡ଼ି ସହ ଏକ ପିକ ଅପ୍ ଭ୍ୟାନ ମୁହାଁ ମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ରାସ୍ତାରେ ଯାଉଥିବା ଲୋକ ଶହ ଶହ ବୋତଲ ମଦ ବୋହି ନେଇଥିଲେ। ଅନ୍ୟପକ୍ଷରେ ଦୁର୍ଘଟଣା ଯୋଗୁ ମଦ ବୋତଲ ଭାଙ୍ଗି ରାସ୍ତାରେ ପଡିବା ସହ ଯାନବାହନ ଚଳାଚଳ ବନ୍ଦ ହୋଇ ରାସ୍ତା ଜାମ ହୋଇଥିଲା। ଖବର ପାଇ ପୋଲିସ ପହଞ୍ଚି ରାସ୍ତା କ୍ଲିୟର କରିବାକୁ ଉଦ୍ୟମ କରି ନାକେଦମ୍ ହେବାକୁ ପଡ଼ିଥିଲା । ଶେଷରେ ନିଜେ ପୋଲିସ ରାସ୍ତା ସଫା କରି ଯାତାୟାତ ସ୍ଵାଭାବିକ କରିଥିଲା।