PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ରାଜ୍ୟରେ ପ୍ରତିଷ୍ଠା ହୋଇଛି ୧୫ ସାମୁଦ୍ରିକ ଥାନା, ତଟ ସୁରକ୍ଷା ଲାଗି ୭୩୮ ପଦବୀ ମଞ୍ଜୁର : ତୁଷାରକାନ୍ତି ବେହେରା

ଭୁବନେଶ୍ଵର, ୦୪/୦୭ : ରାଜ୍ୟରେ ପ୍ରତିଷ୍ଠା ହୋଇଛି ୧୫ଟି ସାମୁଦ୍ରିକ ଥାନା। ତଟ ସୁରକ୍ଷା ଲାଗି ଏହି ସବୁ ଥାନା ଗୁଡ଼ିକରେ ୨୭୦ ଜଣ ହୋମଗାର୍ଡ ସହିତ ୭୩୮ ପଦବୀ ମଞ୍ଜୁରି ହୋଇଛି। ଅବାଧ ପ୍ରବେଶ, ଆତଙ୍କବାଦୀ ଆକ୍ରମଣ ରୋକିବାକୁ ୧୫ଟି ଦ୍ରୁତ ଇଣ୍ଟରସେପ୍ଟର ବୋଟ ଦିଆଯାଇଛି। ତଟ ସୁରକ୍ଷା ବାହିନୀକୁ ଓକାକ ଜରିଆରେ ସ୍ଵତନ୍ତ୍ର ତାଲିମ ଦିଆଯାଉଛି। ବିଦେଶୀ ଅନୁପ୍ରବେଶ ରୋକିବାକୁ ନୌସେନା ଜଙ୍ଗଲ ବିଭାଗ, ମତ୍ସ୍ୟ ବିଭାଗ ଓ ଗୁଇନ୍ଦା ବିଭାଗର ମିଳିତ ସହଯୋଗରେ ପଦକ୍ଷେପ ନିଆଯାଉଛି। ଏହାସହ ତଟବର୍ତ୍ତୀ ଗାଁ ଗୁଡିକରେ ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ବୋଲି ବିଧାନସଭାରେ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା।