PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ଆତଙ୍କବାଦୀଙ୍କ ଆତଙ୍କ , ଟିଭି ଅଭିନେତ୍ରୀଙ୍କୁ ଗୁଳି କରି ହତ୍ୟା

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରର ବଡଗାମ ଜିଲ୍ଲାରେ ଆତଙ୍କବାଦୀମାନେ ପୁଣି ଆତଙ୍କ ଖେଳାଇଛନ୍ତି । ସୂଚନା ଅନୁସାରେ , ଜଣେ ଟିଭି ଅଭିନେତ୍ରୀଙ୍କୁ ଆତଙ୍କବାଦୀମାନେ ଗୁଳି କରିଛନ୍ତି । ଏହି ହମଲାରେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଭଣଜା ମଧ୍ୟ ଆହତ ହୋଇଛନ୍ତି।

ଜଣେ ଉଚ୍ଚ ପୁଲିସ୍ ଅଧିକାରୀ କହିଛନ୍ତି କି ଆତଙ୍କବାଦୀମାନେ ଅଭିନେତ୍ରୀ ଅମରିନ ଓ ତାଙ୍କର ୧୦ ବର୍ଷିୟ ଭଣଜାଙ୍କ ଉପରେ ହିଶରୁ ଚଦୁରାରେ ଥିବା ଘର ବାହାରେ ଗୁଳି କରିଥିଲେ । ଅଧିକାରୀ କହିଛନ୍ତି କି ଉଭୟଙ୍କୁ ତୁରନ୍ତ ପାଖ ହସ୍ପିଟାଲକୁ ନିଆ ଯାଇଥିଲା। ସେଠାରେ ଅମରିନଙ୍କ ମୃତ୍ୟୁ ହୋଇଛି । ୧୦ ବର୍ଷର ଭଣଜା ହାତରେ ଗୁଳି ବାଜିଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଇଛି ।

ସେପଟେ ସୁରକ୍ଷାକର୍ମୀ ପୂରା ଅଞ୍ଚଳରୁ ଘେରାବନ୍ଦୀ କରି ଦେଇଛନ୍ତି ଏବଂ ଯାଞ୍ଚ କାର୍ଯ୍ୟ ଚାଲୁ ରହିଛି ।