ପ୍ରମୂଖ ଖବର
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଟିଭି ଚ୍ୟାନେଲ ଗୁଡ଼ିକୁ ସତର୍କ କରାଇଲେ ହରିଆଣାର ମନ୍ତ୍ରୀ ; କହିଲେ ବାରମ୍ୱାର ସାଇରନ୍‌ ବଜାନ୍ତୁ ନାହିଁ, ଯଦି ଅସଲରେ ବାଜି ଯାଏ ତ ...

Published By : Prameya | May 9, 2025 6:35 PM

ଚଣ୍ଡିଗଡ଼ : ଭାରତ –ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ମଧ୍ୟରେ ହରିଆଣାର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅନିଲ ଭିଜ୍‌ ସବୁ ଟିଭି ଚ୍ୟାନେଲ ଗୁଡ଼ିକୁ କରିଛନ୍ତି ସତର୍କ। କହିଛନ୍ତି ନିଜର ଶୋ’ ଗୁଡ଼ିକରେ ବାରମ୍ୱାର ସାଇରନ ବଜାନ୍ତୁ ନାହିଁ। ଏମିତି ନହେଉ କି ଅସଲ ସାଇରନ ବାଜିବା ବେଳେ ଲୋକେ ଟିଭି ଚ୍ୟାନେଲ୍‌ର ସାଇରନ ଭାବି ଭୁଲ୍ କରି ବସିବେ। ସେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି , ସବୁ ଚ୍ୟାନେଲ୍ ଗୁଡ଼ିକୁ ଅନୁରୋଧ କରାଯାଉଛି କି , ସେ ନିଜ ଚ୍ୟାନେଲ୍‌ ଗୁଡ଼ିକ ଉପରେ ବାରମ୍ୱାର ବିପଦର ସାଇରନ ବଜାନ୍ତୁ ନାହିଁ , କାରଣ ଯଦି କେବେ ଅସଲ ସାଇରନ ବାଜିଯାଏ ତ ଲୋକେ ଏହାକୁ ମଧ୍ୟ ଟିଭିର ସାଇରନ ଭାବି , ଯେଉଁ ସୁରକ୍ଷା ପଦକ୍ଷେପ ନେବା କଥା ,ତାହା ନେଇ ପାରିବେ ନାହିଁ।

ଅନିଲ ଭିଜ୍‌ କହିଛନ୍ତି , ଯୁଦ୍ଧ ତ ହେଉଛି ଏବଂ ପାକିସ୍ତାନ କାନ୍ଦୁଛି। ଆଗକୁ ଆଗକୁ ଦେଖ କଣ ହେଉଛି...ଦେଶବାସୀ ସବୁ ଏକାଠି ହୋଇ ପିଏମ୍‌ ମୋଦିଙ୍କ ପଛରେ ଠିଆ ହୋଇଛନ୍ତି , ପିଏମ୍‌ ମୋଦି ଏହି ଲଢେଇର ନାୟକ ଏବଂ ଦେଶବାସୀ ଆମର ସେନା ସହ ମଧ୍ୟ ଠିଆ ହୋଇଛନ୍ତି। ସେ ଗୁରୁବାର ସନ୍ଧ୍ୟାରେ ପାକିସ୍ତାନ ଦ୍ୱାରା ସୀମାବର୍ତ୍ତୀ ସହର ଗୁଡ଼ିକରେ ଡ୍ରୋନ୍‌ ଓ ମିସାଇଲ ମାଡ଼ କରାଯିବା ଉପରେ କହିଛନ୍ତି କି, ସେ ସବୁ ଚାଇନିଜ୍‌ ଖେଳନା ଥିଲା। ଯେବେ ଚାଇନିଜ୍‌ ଖେଳନା ଚାଲୁନି ତ ଡ୍ରୋନ୍‌ କେଉଁଠୁ ଚାଲିବ, ଏହା ତ ଆମର ପିଲାଙ୍କୁ ପଚାରି ନିଅ। 

କହି ରଖୁଛୁ କି , ଗତ ମାସ ୨୨ ଅପ୍ରେଲରେ ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ମଙ୍ଗଳବାର ( ୬ମେ)ର ଅଧ ରାତିରେ ପାକିସ୍ତାନ ଓ ପିଓକେରେ ପଶି ୯ ଆତଙ୍କୀ ସ୍ଥାନ ଉପରେ ମିସାଇଲ ଆଟାକ୍‌ କରିଥିଲା, ଯେଉଁଥିରେ ପାକିସ୍ତାନ ବିଚଳିତ ହୋଇ ଯାଇଛି। ଏହାପରେ ପାକିସ୍ତାନ ବୁଧବାର ଓ ଗୁରୁବାର ଭାରତର ସୀମାବର୍ତ୍ତୀ ସହର ଓ ସାମରିକ ସ୍ଥାନ ଉପରେ ହମଲା କରିଥିଲା। ଗୁରୁବାର ପାକିସ୍ତାନ , ଜମ୍ମୁ-କାଶ୍ମୀର , ପଞ୍ଜାବ , ରାଜସ୍ଥାନ ଓ ଗୁଜରାଟର ନିକଟବର୍ତ୍ତୀ ୩୦ଟି ସହରରେ ୬୦୦ରୁ ଅଧିକ ଡ୍ରୋନ୍‌ ଆକ୍ରମଣ କରିଛି। 

ଏମିତି ହମଲା ଓ ବିପଦକୁ ଚିହ୍ନଟ କରି ସରକାରୀ ଓ ସୁରକ୍ଷା ଏଜେନ୍ସି ଗୁଡ଼ିକ ସାଇରନ ବଡ ବଜାଇ ଲୋକଙ୍କୁ ସତର୍କ କରିଥାନ୍ତି , ଯାହାକି ଲୋକେ ନିଜକୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇ ପାରିବେ ଏବଂ ସହରରେ ବ୍ଲାକ୍‌ଆଉଟ୍‌ କରି ପାରିବେ। ଏହି ମଧ୍ୟରେ ଅନେକ ଟିଭି ଚ୍ୟାନେଲ ମଧ୍ୟ ଏହିପରି ରିପୋର୍ଟିଂ କରି ସାଇରନ ବଜାଉଛନ୍ତି। ହରିଆଣାର ମନ୍ତ୍ରୀ ଏଥିପାଇଁ ଚ୍ୟାନେଲ ଗୁଡ଼ିକୁ ବିଶେଷ ଅପିଲ୍‌ କରିଛ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.