ଭୁବନେଶ୍ଵର, ୧୨/୦୫ : ଏକା ମା’ ପେଟର ଜାଆଁଳା ଭଉଣୀ। ହେଲେ ଦୁଇ ଜଣଙ୍କ ବାପା ଅଲଗା। ୪୯ ବର୍ଷର ରାଜ୍ ଖୋଲିଦେଲା ଡିଏନଏ ରିପୋର୍ଟ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବ୍ରିଟେନରରୁ ଆସିଛି ଏଭଳି ଚକିତ କଲା ଭଳି ଖବର। ମେଡିକାଲ ସାଇନ୍ସରେ ଏହା ଦୁର୍ଲଭ ଘଟଣା। ଦୁଇ ହାପ୍ ସିଷ୍ଟରଙ୍କ ବାୟୋଲୋଜିକାଲ୍ ପିତା ଅଲଗା। ତେବେ ଏହା କିପରି ସମ୍ଭବ ? ଦୁଇ ଜାଆଁଳା ଭଉଣୀର ବାପା କେମିତି ଅଲଗା ହେଲେ ?

ବ୍ରିଟେନର ମିଚେଲ ଏବଂ ଲବିନିଆ। ବାପାଙ୍କ ପରିଚୟକୁ ନେଇ ଦୀର୍ଘ ଦିନ ହେଲା ଦ୍ଵନ୍ଦ୍ଵରେ ଥିଲେ ଦୁଇ ଜାଆଁଳା ଭଉଣୀ। ମିଶେଲ ଯାହାଙ୍କୁ ବାପା ଭାବୁଥିଲେ ତାଙ୍କ ସହ ମିଚେଲଙ୍କ ମୁହଁ ଜମାବି ମ୍ୟାଚ୍ କରୁନଥିଲା। ସତ ଜାଣିବା ପାଇଁ ସେ ଘରକୁ ଡିଏନଏ ଟେଷ୍ଟିଂ କିଟ୍ ମଗାଇଥିଲେ। ଟେଷ୍ଟ ସରିବା ପରେ ଯାହା ରିପୋର୍ଟ ଆସିଲା ମିଚେଲଙ୍କ ପାଦ ତଳୁ ମାଟି ଖସିଗଲା। ସେ ଯାହାଙ୍କୁ ଏତେ ଦିନ ହେଲା ବାପା ଭାବୁଥିଲେ ପ୍ରକୃତରେ ସେ ତାଙ୍କର ବାୟୋଲୋଜିକାଲ୍ ପିତା ନଥିଲେ। ଏହାପରେ ଲବିନିଆ ମଧ୍ୟ ଡିଏନଏ ଟେଷ୍ଟ କରାଇଥିଲେ। ହେଲେ ଲବିନିଆଙ୍କ ରିପୋର୍ଟ ଆସିବା ପରେ ଏକ ବଡ଼ ରହସ୍ୟ ଉପରୁ ପରଦା ହଟିଥିଲା। ୪୯ ବର୍ଷର ପୁରୁଣା ରାଜ୍ ଖୋଲିଗଲା। ଡିଏନଏ ରିପୋର୍ଟରୁ ଜଣାପଡ଼ିଲା ମିଚେଲ ଏବଂ ଲବିନିଆଙ୍କ ମା' ଜଣେ ହେଲେ ବାପା ଅଲଗା।

ମେଡିକାଲ ସାଇନ୍ସରେ ଏହାକୁ ଦୁର୍ଲଭ ଘଟଣା କୁହାଯାଉଛି। ଡାକ୍ତରୀ ଭାଷାରେ, ଏହି ପ୍ରକ୍ରିୟାକୁ 'ହେଟେରୋପାଟର୍ଣ୍ଣାଲ୍ ସୁପରଫେକୁଣ୍ଡେସନ୍' କୁହାଯାଏ। ମାସିକ ଋତୁଚକ୍ର ବେଳେ ଜଣେ ମହିଳାଙ୍କ ଶରୀରରୁ ନିର୍ଗତ ହୋଇଥିବା ଦୁଇଟି ଡିମ୍ଵାଣୁ ଖୁବ୍ କମ୍ ସମୟ ବ୍ୟବଧାନରେ ଦୁଇ ଭିନ୍ନ ପୁରୁଷଙ୍କ ଶୁକ୍ରାଣୁ ଦ୍ୱାରା ଫର୍ଟିଲାଇଜ୍ ହେଲେ ଏଭଳି ହୁଏ। ଦୁଇ ଭିନ୍ନ ପିତାଙ୍କ ଠାରୁ ଯମଜ ସନ୍ତାନ ଜନ୍ମ ହୁଅନ୍ତି। ମେଡିକାଲ ଇତିହାସରେ ଏବେ ସୁଦ୍ଧା ଏଭଳି ୨୦ରୁ କମ୍ ମାମଲା ଚିହ୍ନଟ ହୋଇଛି। ତେବେ ବ୍ରିଟେନ୍ ଇତିହାସରେ ଏହା ପ୍ରଥମ।

ମିଚେଲ ଏବଂ ଲବିନିଆଙ୍କ ମା' ସାରା ଜୀବନ ଏହି ସତକୁ ଲୁଚାଇ ରଖିଥିଲେ। ହେଲେ ୨୦୨୨ରେ ଦୁଇ ଭଉଣୀଙ୍କ ଡିଏନଏ ଟେଷ୍ଟ ୪୯ ବର୍ଷର ରାଜ୍ ଖୋଲିଦେଲା। ଦୁଃଖର ବିଷୟ ମିଶେଲଙ୍କ ମାଙ୍କ ନିଧନ ହୋଇ ସାରିଛି। ସେ ଏବେ ଆଉ ଏ ଦୁନିଆରେ ନାହାଁନ୍ତି। ମିଚେଲଙ୍କ ବାୟୋଲୋଜିକାଲ ପିତା ଆଲେକ୍ସ ଏବଂ ଲବିନିଆଙ୍କ ପିତା ହେଉଛନ୍ତି ଆର୍ଥର। ଆଲେକ୍ସ ହେଉଛନ୍ତି ମିଶେଲଙ୍କ ମାମୁଙ୍କ ସାଙ୍ଗ। ତେବେ ଦୁଇ ଭଉଣୀ ତାଙ୍କ ଅସଲ ପିତାଙ୍କୁ ପାଇ ଏବେ ଖୁସି ଅଛନ୍ତି। ଦୁଇ ଭଉଣୀଙ୍କ ବାପା ଅଲଗା ହୋଇଥିଲେ ବି ଦୁହିଁଙ୍କ ଭିତରେ ବଣ୍ଡିଂ ସେମିତି ରହିବ ରହିବ ବୋଲି ଦୁହେଁ କହିଛନ୍ତି।

ଏହି ଖବରଟିକୁ ପଢନ୍ତୁଡବଲ୍ ଗେମ୍ ଖେଳୁଛି ପାକିସ୍ତାନ ! ଆମେରିକା ସହ ମଧ୍ୟସ୍ଥତା ଡ୍ରାମା, ଲୁଚି ଲୁଚି ଇରାନକୁ କରୁଛି ହେଲ୍ପ