ପ୍ରମୁଖ ଖବର
  • ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କର ଅଧ୍ୟକ୍ଷ ପଦରୁ ବିଜୟ ଶେଖର ଶର୍ମାଙ୍କ ଇସ୍ତଫା
  • ||
  • ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି: ୫୫୪ଟି ଅମୃତ ଭାରତ ଷ୍ଟେସନ୍ ଶିଳାନ୍ୟାସ
  • ||
  • ଭୁବନେଶ୍ଵର : ୨୮ରେ ଓଡ଼ିଶା ଆସିବେ ବିଲ୍ ଗେଟ୍ସ, ପରିଦର୍ଶନ କରିବେ କୃଷି ଭବନ
  • ||
  • ପାରାଦୀପ ବନ୍ଦରରୁ କଂଟେନର୍ ଏକ୍‌ଜିମ୍‌ ସେବା ଆରମ୍ଭ, ପଣ୍ୟ ପରିବହନ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ
  • ||
  • କେନ୍ଦୁଝର ପାଟଣା ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ସୋସିଆଲ ମିଡିଆ​‌ରେ ଭାଇରାଲ
  • ||
  • କପି ଚେକିଂ ଆଳରେ ଅସଦାଚରଣ ଅଭିଯୋଗ, ଥାନାରେ ମାଟ୍ରିକ ପରୀକ୍ଷାର୍ଥୀ
  • ||
  • ଲୋକସେବା ଭବନ ଘେରିବ କଂଗ୍ରେସ, ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ
  • ||
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ନୂଆ ମୋଡ଼ରେ କେନ୍ଦ୍ରାପଡ଼ା ସମଲିଙ୍ଗୀ ବିବାହ: ‘ଝିଅକୁ ବିକ୍ରି କରିବାକୁ ନିଆଯାଇଛି’

ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ସମଲିଙ୍ଗୀ ବିବାହ ଆଜି ନୂଆ ମୋଡ଼ ନେଇଛି । ତାଙ୍କ ଝିଅ ସମଲିଙ୍ଗୀ ବିବାହ କରିନାହାନ୍ତି ବରଂ ତାଙ୍କୁ ପ୍ରଲୋଭିତ କରାଇ ଏପରି କରାଯାଇଥିବା ଜଣେ ଯୁବତୀଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଯୁବତୀଙ୍କର ବାପା ବିବାହ ନେଇ ଆପତ୍ତି ଉଠାଇବା ସହ ଥାନାରେ ଅଭିଯୋଗ କରିବା ପରେ ଘଟଣାଟି ଚର୍ଚ୍ଚା ସୃଷ୍ଟି କରିଛି । ତନ୍ତ୍ରମନ୍ତ୍ର ସହାୟତାରେ ତାଙ୍କ ଝିଅକୁ ବଶ ପରେ ଏ କାମ କରାଯାଇଥିବା ସେ ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପାଇ ପଟ୍ଟାମୁଣ୍ଡାଇ ଥାନା ପୁଲିସ ତଦନ୍ତ ଆରମ୍ଭ କରିଦେଇଛି । ଦୁଇ ଜଣ ଯାକ ଯୁବତୀ ସମ୍ପର୍କରେ ଦୁଇ ଭଉଣୀ ହେବେ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ରହିଆସୁଛନ୍ତି ଉକ୍ତ ଯୁବତୀ, ଯାହାଙ୍କ ବୟସ ୨୮ ବର୍ଷ ହେବ । ବାପାମା'ଙ୍କ ଦୁଇ ଝିଅ ମଧ୍ୟରେ ସେ ସବା ବଡ଼ । କେନ୍ଦ୍ରାପଡ଼ାରୁ ପଢ଼ା ସାରିବା ପରେ କଟକରେ ରହି ବୃତ୍ତିଗତ ତାଲିମ ନେଇଥିଲେ । ପରେ କଟକସ୍ଥିତ ଏକ ଘରୋଇ ସଂସ୍ଥାରେ ଯୋଗଦାନ କରିଥିଲେ । ସମ୍ପର୍କୀୟ ଭଉଣୀ ହୋଇଥିବାରୁ ମହାକାଳପଡ଼ା ଅଞ୍ଚଳରେ ଥିବା ବନ୍ଧୁଘରର ଯୁବତୀ ବା ଭଉଣୀଙ୍କ ସହ ତାଙ୍କର ପୂର୍ବରୁ ଚିହ୍ନା ପରିଚୟ ଥିଲା ଯାହା ସେମାନଙ୍କୁ ଅଧିକ ମିଳାମିଶା କରିବାକୁ ପରୋକ୍ଷରେ ସହାୟକ ହୋଇଥିଲା । ମହାକାଳପଡ଼ା ଅଞ୍ଚଳର ଉକ୍ତ ଯୁବତୀ/ସମ୍ପର୍କୀୟ ଭଉଣୀଙ୍କ ସହ ଭଲମନ୍ଦ, ସୁଖଦୁଃଖ ସବୁକିଛି ବାଣ୍ଟୁଥିଲେ । ପରେ ସେ ବି ଯାଇ କଟକରେ କାମ କରୁଥିବା କମ୍ପାନୀରେ ଯୋଗଦେବା ସହ ଏକାଠି ରହିଥିଲେ । ପରେ ସେମାନଙ୍କ ମଧ୍ୟରେ କୁଆଡ଼େ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା ।
କେହି କାହାରିକୁ କହିନଥିଲେ ବି ସବୁ ଯେମିତି ଉଭୟଙ୍କ ସମ୍ମତିରେ ଆପଣାଛାଏଁ ହୋଇଯାଇଥିଲା, ତାହା କାହାରିକୁ ଜଣାନଥିଲା । ଦୁଇ ଝିଅ ହୋଇଥିବାରୁ ଉଭୟଙ୍କ ପରିବାରର ସନ୍ଦେହର ଅବକାଶ ନ ଥିଲା କ'ଣ ଚାଲିଥିଲା ସେମାନଙ୍କ ମଧ୍ୟରେ । କେହି ବି ଏକଥା କେବେ ଚିନ୍ତା କରିନଥିଲେ, ଏମିତି ଦିନେ ଘଟିବ ବୋଲି । ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଯୁବତୀ ବାହାରେ ରହୁଥିଲେ ବି ସେ ବିବାହଯୋଗ୍ୟ ହୋଇ ସାରିଥିବାରୁ ତାଙ୍କର ବିବାହ ଲାଗି ପରିବାର ତରଫରୁ ବାରମ୍ୱାର ଚାପ ସୃଷ୍ଟି ହେଉଥିଲା । ତାଙ୍କର ବିବାହ ସରିଲେ ପୁଣି ସାନଝିଅର ବିବାହ ରହିଛି । ତେଣୁ ବାପାମା', ପରିବାର ଖୁବ୍‍ ବ୍ୟସ୍ତ ଥିଲେ ତାଙ୍କର ବିବାହକୁ ନେଇ ।
ଏହା ମଧ୍ୟରେ ଏସବୁ ଘଟିଯାଇଥିଲା ଯାହା ପରିବାର ଲୋକଙ୍କ ତାଜୁବ୍ କରିଦେଇଛି । ସେମାନଙ୍କର ଅଭିଯୋଗ, ତାଙ୍କ ଝିଅ ମହାକାଳପଡ଼ା ଥାନା ଅଞ୍ଚଳରେ ଥିବା ତାଙ୍କ ଭଉଣୀ ଘରକୁ ୪ ଦିନ ତଳେ ବୁଲିବାକୁ ଯାଇଥିଲେ । ତାଙ୍କ ଭିଣୋଇଙ୍କର ଭାଣିଜୀ ଏବଂ ଝିଅ ସାଙ୍ଗ ହୋଇ ପଟ୍ଟାମୁଣ୍ଡାଇ କଲେଜକୁ ସାର୍ଟିଫିକେଟ ଲାଗି ଆସିଥିଲେ । ସାର୍ଟିଫିକେଟ ନେଇ ତାଙ୍କ ଗାଁକୁ ଯିବା କଥା, ହେଲେ ତାଙ୍କ ଭିଣୋଇଙ୍କର ଭାଣିଜୀ ପ୍ରଲୋଭିତ କରି ତାଙ୍କ ଝିଅକୁ ଚେନା୍ନଇ ନେଇ ଯାଇଥିଲେ । ଫେରିବାରେ ବିଳମ୍ୱ ହେବାରୁ ଭଉଣୀଙ୍କୁ ଫୋନ୍‍ କରି ଜଣାଇଥିଲେ । ଭଉଣୀ କହିଥିଲେ, ତାଙ୍କର ଭାଣିଜୀଙ୍କ ସହ ସେ ଗତକାଲି ଗାଁକୁ ଯାଇଛନ୍ତି, ସେମାନେ ଖୁବ୍ ଶୀଘ୍ର ପହଞ୍ଚିଯିବେ । ତାଙ୍କ ଝିଅର ଫୋନ୍ ସୁଇଚ୍‍ ଅଫ୍ ଦେଖାଉ ଥିବାବେଳେ ଭାଣିଜୀଙ୍କର ଫୋନ୍‍ ଲାଗିଥିଲା । ଆଉ ଫୋନ୍ରେ ସଂପୃକ୍ତ ଭାଣିଜୀ ସେମାନେ ଟ୍ରେନ୍‍ ଯୋଗେ ଚେନ୍ନାଇ ଯାଉଥିବା କହିଥିଲେ ଏବଂ ତାଙ୍କ ଝିଅ କାନ୍ଦୁଥିବା ସେମାନେ ଶୁଣିଥିଲେ । ଫୋନ୍‍ ଛଡ଼ାଇ ନେଇ ସେଠାରେ ଥିବା ଅନ୍ୟ ଜଣେ କେହି ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲେ । ଝିଅକୁ ଚେନ୍ନାଇରେ ବିକ୍ରିକରି ଦେହ ବ୍ୟବସାୟରେ ଲଗାଇବୁ ବୋଲି କହିଥିଲେ । ପୂରା ପରିବାର ଭୟଭୀତ ଅବସ୍ଥାରେ ଥିବା ବେଳେ ତୁରନ୍ତ ତାଙ୍କ ଝିଅକୁ ଉଦ୍ଧାର କରିବାକୁ ସେ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.