ଶଗଡ଼ଘାଟ, ୩୧/୫: ସିକେର ଫରେଷ୍ଟ ସଂରକ୍ଷିତ ବର୍ଣ୍ଣେଇ ଜଙ୍ଗଲ ଅଞ୍ଚଳରୁ ଅବୈଧ ଭାବରେ ସାହଜ କାଠ ଓ କେନ୍ଦୁ କାଠ ଟ୍ରାକ୍ଟରରେ ଚୋରା ଚାଲାଣ ହେଉଥିବା ନେଇ ବନ ବିଭାଗ ଖବର ପାଇଥିଲା। ଏହା ଖବର ପାଇ ତତ୍କାଳୀନ ବନ ବିଭାଗର ଷ୍ଟାଫମାନେ ଗୁଡୁଗୁଦା ଓ ଡୁମରବାହାଲ ଜଙ୍ଗଲରେ ଏକ ଟ୍ରାକ୍ଟର ସହ ଦୁଇଜଣ ବ୍ୟକ୍ତିଙ୍କୁ ଠାବ କରିଥିଲେ। ତେବେ ଉକ୍ତ ବ୍ୟକ୍ତି ଦୁଇଜଣ ବନ ବିଭାଗ କର୍ମଚାରୀଙ୍କୁ ଦେଖି ଭୟରେ ଦଉଡି ପଳାଇବାକୁ ଚେଷ୍ଟା କରିଥିଲେ।
ତେବେ ବନ ବିଭାଗ କର୍ମଚାରୀମାନେ ସଜାଗ ରହି ସେମାନଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ଅଭିଯୁକ୍ତମାନେ ବିକାଶ ମାଝୀ ଓ ସୁନିଲ ପୋଢ଼ ବୋଲି ଜଣାପଡିଛି, ଦୁହେଁ ଗୁଦଗୁଦା ଗ୍ରାମର ବାସିନ୍ଦା। ବନ ବିଭାଗ ସେମାନଙ୍କୁ ଓଡ଼ିଶା ଜଙ୍ଗଲ ଆଇନ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ୱାୟ ପୂର୍ବରୁ ମଧ୍ୟ କାଠ ଚୋରି ଓ ଚାଲାଣ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ଅନୁମାନ କରାଯାଉଛି।