ଲହୁଣୀପଡ଼ା, ୬/୧୨ : ଟ୍ରେଲର ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ୧୪୩ ନଂ ଜାତୀୟ ରାଜପଥ ଗମଲେଇ ଛକରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି।

ସୂଚନାନୁଯାୟୀ, ଶନିବାର ସକାଳେ ୨ ଜଣ ଆରୋହୀ ନରେନ୍ଦ୍ର ପଟୁ ରାଜାମୁଣ୍ଡା ଆଡକୁ ଯାଉଥିଲେ। ଏହି ସମୟରେ ଗମଲେଇ ଛକରେ ପଛରୁ ଆସୁଥିବା ଏକ ଟ୍ରେଲର ବାଇକ୍‌କୁ ଧକ୍କା ଦେଇ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ୨ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।