ବାଂଶପାଲ, ୨୦।୬: ଶ୍ରୀକାନ୍ତ ମହାକୁଡଙ୍କୁ ହତ୍ୟା ଘଟଣାରେ କେନ୍ଦୁଝର ସଦର ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପଟେଶ୍ୱର ବାରିକ । ପୁଲିସ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରିଛି।ଜମି ବାଡ଼ି ବିବାଦ କୁ ନେଇ ଲାଗି ରହିଥିବା ପୂର୍ବ ଶତ୍ରୁତା କୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି।
ଶ୍ରୀକାନ୍ତ ମହାକୁଡ଼ ଓ ଅଭିଯୁକ୍ତ ପଟେଶ୍ୱର ଙ୍କ ବର୍ଷେ ପୂର୍ବରୁ ଜମି ବାଡ଼ି କୁ ନେଇ ଗଣ୍ଡଗୋଳ ହୋଇଥିଲା ତେବେ ପୂର୍ବରୁ ରାଗ ରଖିଥିବା ପଟେଶ୍ୱର ଶ୍ରୀକାନ୍ତ ଙ୍କୁ ସବୁ ଦିନ ପାଇଁ ରାସ୍ତା ରୁ ହଟାଇ ଦେବାକୁ ଯୋଜନା କରିଥିଲା। ଘଟଣା ର ପୂର୍ବ ୨/୩ ଆଗରୁ ହତ୍ୟା କରିବା ପାଇଁ ଯୋଜନା ମୁତାବକ ଉପଯୁକ୍ତ ସମୟ ଓ ସ୍ଥାନ ଖୋଜୁଥିଲା। ଶ୍ରୀକାନ୍ତ ପ୍ରତିଦିନ ଭୋର ସକାଳୁ ପୋଖରୀ କୁ ଗାଧେଇବାକୁ ଯାଆନ୍ତି ସେ ଜାଣିଥିଲା। ଭୋର ସମୟ ରେ ପୋଖରୀ ତୁଠ ନିଛାଟିଆ ଥିବାରୁ ଅଭିଯୁକ୍ତ ଉପଯୁକ୍ତ ସମୟ ବୋଲି ବାଛିଥିଲା। ଘଟଣା ଦିନ ଭୋର ସକାଳେ ଶ୍ରୀକାନ୍ତ ପୋଖରୀ ତୁଠକୁ ଗାଧେଇବାକୁ ଯାଇଥିଲା। ଏକୁଟିଆ ପାଇ ଅଭିଯୁକ୍ତ ପୋଖରୀ ଭିତରୁ ଟାଣି ଆଣି ତୁଠ ରେ କଚାଡି ଦେଇଥିଲା। ପରେ ମୁଣ୍ଡର ପଛ ପଟେ ପଥର ରେ ଛେଚି ହତ୍ୟା କରିଥିଲା। ହତ୍ୟା କରି ସାରିବା ପରେ ଗାଁ ରୁ ଫେରାର ହୋଇ ଯାଇଥିଲା। ଫେରାର ହୋଇ ଦଁଅଳା ଜଙ୍ଗଲ ରେ ଲୁଚିଥିଲା। ଅଭିଯୁକ୍ତ ଙ୍କ ମୋବାଇଲ ଟ୍ରାକ କରି ପୁଲିସ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଥିଲା। ଘଟଣା ସ୍ଥଳ କୁ ନେଇ ହତ୍ୟା କାଣ୍ଡ ର ସିନ ରିକରେସନ କରିଛନ୍ତି।
ଆହୁରି ପଢନ୍ତୁ :ଏସଆଇଆର ପ୍ରସଙ୍ଗରେ ସିଇଓଙ୍କୁ ଭେଟିଲେ ବିଜେଡ଼ି ଟିମ୍, ତ୍ରୁଟି ସମ୍ପର୍କରେ କଲେ ଅବଗତ