ଫିରିଙ୍ଗିଆ,୨୪/୭ : ଦୁଇ ବାଇକ ମୁହାଁମୁହିଁ ଧକ୍କା । କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଫିରିଙ୍ଗିଆଠାରୁ ଗୋଛାପଡା ଯାଇଥିବା ମୁଖ୍ୟ ରାସ୍ତାର ମୁସୁଳିପାଙ୍ଗା ନିକଟରେ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ପଲାବୃଡି ପଞ୍ଚାୟତ ଡମ ପିଡିଆ ଗାଁର ସୋମନାଥ ମଲିକ (୩୫) ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ବୁଧବାର ଅପରାହ୍ନ ୩ଟା ସମୟରେ ଗୋଛାପଡ଼ା ପଞ୍ଚାୟତ ପଣସମୁଣ୍ଡା ଗାଁର ଗାଁ ସାଥି ଭାବରେ କାର୍ଯ୍ୟରତ ମନୋରଞ୍ଜନ କହଁର ଅଫିସ କାମରେ ଫିରିଙ୍ଗିଆ ବ୍ଲକକୁ ଆସୁଥିଲେ । ଏହି ସମୟରେ ମୁସୁଳିପାଙ୍ଗା ଗାଁ ନିକଟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଅନ୍ୟ ଏକ ବାଇକ୍ ତାଙ୍କ ବାଇକକୁ ଧକ୍କା ଦେଇଥିଲା I ଫଳରେ ମନୋରଞ୍ଜନ ଓ ଅନ୍ୟ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଥିବାବେଳେ ଅନ୍ୟ ଦୁଇ ଜଣ ବାଇକ ଆରୋହୀ ମଧ୍ୟ ଆହତ ହୋଇଥିଲେ I ତେବେ ଉପସ୍ଥିତ ଗ୍ରାମବାସୀ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ଆହତମାନଙ୍କୁ ପ୍ରଥମେ ଗୋଛାପଡା ମେଡିକାଲକୁ ନେଇଥିଲେ ।
ପରେ ଅବସ୍ଥା ଶଙ୍କଟାପର୍ଣ୍ଣ ଥିବାରୁ ସମସ୍ତ ଆହତମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ଜଣେ ଗୁରୁତର ଶାନୁଜ ମଲିକ ସେ ଫୁଲବାଣୀ ମେଡ଼ିକାଲରେ ଗୁରୁତର ଅଛି ଆହତ ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ସୋମନାଥଙ୍କ ମୃତ୍ୟୁ ହୋଇଥିଲା I ଅନ୍ୟପଟେ ଘଟଣାସ୍ଥଳରେ ଗୋଛାପଡା ପୋଲିସ ପହଂଚି ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଚିରଞ୍ଜୀବ ବେହେରା I