ଥୁଆମୂଳ ରାମପୁର,୦୨/୦୬: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର-ଗୁଣପୁର ମୁଖ୍ୟ ରାସ୍ତା ବାଲିସରା ନିକଟରେ ୨ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣା ସ୍ଥଳରେ ଜଣେ ବାଇକ୍ ଚାଳକର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ମୃତ ବାଇକ୍ ଚାଳକ ହେଉଛନ୍ତି ବାଲିସରା ଗ୍ରାମର ଧନେଶ୍ୱର ନାଏକ(୪୮ ବର୍ଷ) ଏବଂ ଆହତ ମାନେ ହେଲେ କାଠଘରା ଗାଁର ପର୍ଶୁରାମ ମାଝୀ(୨୨ ବର୍ଷ), ପୁରାଣ ମାଝୀ(୨୨ ବର୍ଷ) ।
ସୂଚନା ମୁତାବକ, ରାମପୁର-ଗୁଣପୁର ମୁଖ୍ୟ ରାସ୍ତା ବାଲିସରା ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ଜଣେ ବାଇକ୍ ଚାଳକର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ମଧ୍ୟ ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣାକୁ ନିଆଯାଇଥିବା ଜଣାପଡିଛି ।