ଭୁବନେଶ୍ୱର,୨୦/୦୯: ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀର ବମିଖାଲ ଓଭରବ୍ରିଜ ଉପରେ ଦୁଇଟି କାର୍‌ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଏତେ ପ୍ରଚଣ୍ଡ  ଥିଲା ଯେ ସ୍ଥାନୀୟ ଲୋକେ ଭୟଭିତ ହୋଇପଡ଼ିଥିଲେ । ଦୁର୍ଘଟଣାରେ ଉଭୟ କାର୍‌ରେ ଥିବା ୪ ଜଣ ଗୁରୁତର ଆହତ ହୋଇଥିଲେ । ଖବର  ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥରେ ପହଞ୍ଚି ଆହତଙ୍କୁ ଉଦ୍ଧାର  କରି କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର  କରିଥିଲା ।

ଘଟଣାରୁ ଜଣାପଡ଼ିଛି, ରାତି  ପ୍ରାୟ ୧୨ଟା ପାଖାପାଖି ସହିଦନଗର ମହର୍ଷି କଲେଜ୍‌ ପଟୁ ଓଭରବ୍ରିଜ୍‌ରେ ରସୁଲଗଡ଼ ଆଡକୁ ଏକ କଳାରଙ୍ଗର  କାର ଯାଉଥିଲା । ଏହି ସମୟରେ ରସୁଲଗଡ଼ ପଟୁ ରଙ୍ଗ ସାଇଡ୍‌ରେ ଏକ ଧଳା ରଙ୍ଗର କାର୍‌ ଓଭରବ୍ରିଜ୍‌  ଦେଇ ସହିଦନଗରକୁ ଯାଉଥିଲା । ଏସ୍‌ପ୍ଲାନେଡ୍‌ ନିକଟରେ ଓଭରବ୍ରିଜ୍‌ରେ  ଦୁଇ କାର୍‌ ମୁହାଁମୁହିଁ ଧକ୍‌କା  ହୋଇଥିଲା । ଉଭୟ କାର୍‌ରେ ୨ ଜଣ  ଲେଖାଏଁ ଥିଲେ । ଗୋଟିଏ କାର୍‌ରେ  ଜଣେ ଯୁବତୀ ଥିଲେ । ଉଭୟ କାର୍‌ର  ଏୟାରବ୍ୟାଗ୍‌ ଖୋଲି ଯିବାରୁ ଚାଳକ ଓ  ଯାତ୍ରୀ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।