ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ଉଭୟ ଗାଡ଼ିର ଡ୍ରାଇଭର ଓ ଯାତ୍ରୀ

ଭୁବନେଶ୍ୱର ୫/୭: ଜାତୀୟ ରାଜପଥ ୪୯ ରେ ପୁଣି ଆଜି ଏକ ଦୁର୍ଘଟଣା ଘଟିଛି । ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଗାଡିର ଅନେକ କ୍ଷତି ହୋଇଛି । ଏଥିରେ ଥିବା ଡ୍ରାଇଭର ଏବଂ ଯାତ୍ରୀ ଅଳ୍ପକେ ରକ୍ଷା ପାଇ ଯାଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଆଜି ଦିବା ପ୍ରାୟ ଗୋଟାଏ ସମୟରେ ଓଡ଼ି ୧୫ ଡି ୦୦୭୭ ନମ୍ବର ବିଶିଷ୍ଟ ଏକ କାର ଝାରସୁଗୁଡା ପଟୁ କନକତୋରା ଅଭିମୁଖେ ଯାଉଥିବା ବେଳେ ଏନ ଏଚ ୪୯ ରେଙ୍ଗାଲି ଥାନା ଅନ୍ତର୍ଗତ ସାହାସବଗା ଛକ ବୁଲାଣିରେ ଭାରସାମ୍ୟ ହରାଇ ଛତିଶଗଡ଼ ରାୟଗଡ଼ ପଟୁ ଆସୁଥିବା ସିଜି ୧୩ ୟୁଏଫ ୫୧୪୩ କାର ସହ ପିଟିହୋଇଥିଲା । ଅନ୍ୟ କାରର ଡ୍ରାଇଭର ସାଇଡ଼ ପଟେ ଧକ୍କା ମାରି ରାସ୍ତା କଡରେ ଦିଆ ଯାଇଥିବା ଲୁହା ରେଲିଙ୍ଗରେ ପିଟି ହୋଇଥିଲା । ଫଳରେ ଉଭୟ ଗାଡିର ଅନେକ କ୍ଷତି ଘଟିଛି । କିନ୍ତୁ ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡିଛି ।