ପ୍ରମୂଖ ଖବର
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଡିଜେ ଗାଡ଼ିରେ କରେଣ୍ଟ ଲାଗି ଦୁଇ ମୃତ ଘଟଣା , ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ

Published By : Prameya | April 18, 2025 8:54 AM

ଭଦ୍ରକ ୧୮/୦୪: ଗତ ୧୪ ତାରିଖରେ ତିହିଡ଼ି ଥାନା ହାଟୁଆରୀ ଗ୍ରାମରେ ପାଟୁଆ ଶୋଭାଯାତ୍ରା ସମୟରେ ଡିଜେ ଗାଡ଼ି ରେ ୧୧ କେଭି ତାର ଲାଗି ଦୁଇ ମୃତ ଓ ୧୦ ଗୁରୁତର ଘଟଣା । ଦୁଇ ଜଣଙ୍କୁ ଗିରଫ କଲା ତିହିଡି ପୋଲିସ । ଏହି ଘଟଣାରେ ପାଟୁଆ ଶୋଭାଯାତ୍ରାରେ ଡିଜେ ଗାଡ଼ି ଯିବା ବେଳେ ଗାଡ଼ିଟି ବିଦ୍ୟୁତ ସ୍ପର୍ଶରେ ଆସିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଯିବା ସହ ୧୦ ରୁ ଅଧିକ ଆହତ ହୋଇଥିଲେ । ଏହି ଘଟଣାରେ ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି। 

ଗିରଫ ଦୁଇ ଜଣ ଯୁବକ ହାଟୁଆରୀ ଗ୍ରାମର ବୋଲି ସୁଚନା ମିଳିଛି । ଗ୍ରାମବାସୀ ଡିଜେ ନ ଆଣିବାକୁ କହିଥିବାବେଳେ ଏମାନେ ଅବଜ୍ଞା କରି ଡିଜେ ଆଣିଥିଲେ ବୋଲି କୁହାଯାଉଛି । ତେବେ ଡିଜେ ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଡିଜେ ଗାଡ଼ିର ସ୍ପିକର୍ ବୋଝେଇ ଟ୍ରଲର ଜବତ କରାଯିବା ସହ ଏହାର ମାଲିକକୁ ମଧ୍ୟ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.