ପ୍ରମୂଖ ଖବର
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଦୁଇ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

Published By : Suraj Kumar | March 8, 2025 10:53 PM

ମାଲକାନଗିରି, ୮।୩(ଆପ୍ର ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦାନ୍ତେୱାଡା ପୋଲିସ ନିକଟରେ ୩ ଲକ୍ଷ ଇନାମି ଦୁଇ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ଦୁଇ ମହିଳା ମାଓବାଦୀ ମାଲାଙ୍ଗିର ମାଓ ଏରିଆ କମିଟିରେ ସକ୍ରିୟ ଥିଲେ। ଆତ୍ମସମର୍ପଣ କାରୀ ମହିଳା ମାଓବାଦ ମାନେ ହେଲେ  ମାଓବାଦୀ କୁମାରୀ ଭୀମେ ବେଟ୍ଟି ଓ  କୁମାରୀ ଯୋଗୀ କୁଞ୍ଜମ।

 ଛତିଶଗଡରେ ମାଓ ଦମନ ଲାଗି ପୋଲିସ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଥିବା ବେଳେ ଅନେକ ମାଓବାଦୀ ପୋଲିସର ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ଏବଂ ମାଓ ସଙ୍ଗଠନ ନୀତି ଆଦର୍ଶ ହରାଉଥିବାରୁ ସାଧାରଣ ଜୀବନ ଜାପାନ ପାଇଁ ପୋଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି। ମାଲାଙ୍ଗିର ମାଓ ଏରିଆ କମିଟିରେ ସକ୍ରିୟ ଥିବା ଦୁଇ ମହିଳା ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କାରୀ ମହିଳା ମାଓବାଦୀ ମାନେ ହେଲେ ପ୍ଲାଟୁନ ନମ୍ବର ୨୦ର ସଦସ୍ୟା ତଥା ୨ ଲକ୍ଷ ଇନାମି ମାଓବାଦୀ କୁମାରୀ ଭୀମେ ବେଟ୍ଟି ଓ ଏଲଓଏସ ସଦସ୍ୟା ୧ ଲକ୍ଷ ଇନାମି କୁମାରୀ ଯୋଗୀ କୁଞ୍ଜମ। ତେବେ ଭୀମେ ଓଡ଼ିଶାର ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଗୁଗାପଦର ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି। ଦାନ୍ତେୱାଡା ପୋଲିସ ଉପ ନିରିକ୍ଷକ କମଳଲୋଚନ କଶ୍ୟପ, ପୋଲିସ ଅଧୀକ୍ଷକ ଦାନ୍ତେୱାଡା ଗୌରବ ରାୟ, ଅତିରିକ୍ତ ପୋଲିସ ଅଧୀକ୍ଷକ ସ୍ମୃତିକ ରାଜନାଲା, ଅତିରିକ୍ତ ପୋଲିସ ଅଧୀକ୍ଷକ ପୂଜା କୁମାର ଏବଂ ଦାନ୍ତେୱାଡାର ଅତିରିକ୍ତ ପୋଲିସ ଅଧୀକ୍ଷକ ରାମକୁମାର ବର୍ମନଙ୍କ ସମ୍ମୁଖରେ ଏହି ଦୁଇଜଣ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ନୀତି ଅନୁଯାୟୀ ସେମାନଙ୍କୁ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.