ବେଜିଂ, ୮/୦୫ : ଦୁର୍ନୀତି ମାମଲାରେ ଚୀନର ଦୁଇ ଜଣ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ। ସେମାନେ ହେଲେ ଲି ଶାଙ୍ଗଫୁ ଏବଂ ୱେଇ ଫେଙ୍ଗହେ। ଉଭୟ ବ୍ୟାପକ ଦୁର୍ନୀତି କରିବା ସହ ପଦର ଦୁରୂପଯୋଗ କରିଥିଲେ। ତେବେ ଚୀନ ଆଇନ ଅନୁସାରେ ଉଭୟଙ୍କୁ ଫାଶୀ ଦିଆଯିବ ନାହିଁ। ସେମାନେ ବିନା ପାରେଲରେ ୨ ବର୍ଷ ପାଇଁ ଜେଲରେ ରହିବେ। ଏହା ଭିତରେ ଯଦି କୌଣସି ଅପରାଧ ନକରିବେ ତେବେ ସେମାନଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ ଜେଲରେ ପରିଣତ କରାଯିବ।
ତଦନ୍ତରୁ ଜଣାପଡ଼ିଛି ଯେ, କି ଲି ଦଳୀୟ ଅନୁଶାସନ ଓ ଆଇନର ଉଲ୍ଲଂଘନ କରିଛନ୍ତି । ସେ ବିପୁଳ ପରିମାଣର ଲାଞ୍ଚ ନେଇଛନ୍ତି, ଅନ୍ୟକୁ ଲାଞ୍ଚ ଦେଇଛନ୍ତି ଏବଂ ପଦର ଦୁରୂପଯୋଗ କରିଛନ୍ତି । ତାଙ୍କର ଏଭଳି ପଦକ୍ଷେପ ଯୋଗୁ ଚୀନ୍ର ଯୁଦ୍ଧାସ୍ତ୍ର ବିକାଶ ଓ ସାମରିକ ଉପକରଣ ଛବିକୁ ବହୁତ ବଡ କ୍ଷତି ପହଞ୍ଚାଇଛି । ଅନ୍ୟପକ୍ଷରେ ୱେଇ ମଧ୍ୟ ବ୍ୟାପକ ମାତ୍ରରେ ଲାଞ୍ଚ ନେବା ସହ ନିଜ ପଦର ଅପବ୍ୟବହାର କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ସେନା ସହ ଜଡିତ ନିଷ୍ପତ୍ତିର ଫାଇଦା ପହଞ୍ଚାଇବା ବଦଳରେ ଲାଞ୍ଚ ନେଇଥିଲେ । ଏହାଦ୍ୱାରା ସେନାର ବିପୁଳ କ୍ଷତି ହୋଇଥିଲା । ୱେଇ ପ୍ରତିରକ୍ଷା ମନ୍ତ୍ରୀ ରହିବା ସହ ଚୀନ୍ ସେନାର ରକେଟ ଫୋର୍ସର କମାଣ୍ଡର ଦାୟିତ୍ୱରେ ରହିଥିଲେ । ରକେଟ ଫୋର୍ସ ଚୀନ୍ର ମିସାଇଲ ଓ ପରମାଣୁ ଅସ୍ତ୍ର ସିଷ୍ଟମକୁ ସମ୍ଭାଳିଥାଏ । ଉଭୟ ନେତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ଦୁର୍ନୀତି ବିରୋଧୀ ଅଭିଯାନର ଅଂଶବିଶେଷ । ଗତ କିଛିବର୍ଷ ହେଲା ଚୀନ୍ ର ସେନା ଓ ପ୍ରତିରକ୍ଷା ସହ ଜଡ଼ିତ ବରିଷ୍ଠ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଏହି ଖବରଟିକୁ ପଢନ୍ତୁ- Saudi Arabia US Talk : ଆମେରିକାକୁ ସାଉଦି ବାୟୁସୀମା ଓ ବିମାନଘାଟି ମନା, ପ୍ରିନ୍ସ ସଲମାନଙ୍କ ସହ ଆଲୋଚନା ଫେଲ୍