ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କାଳ ହେଲା ନଦୀ ସ୍ନାନ , କୋଏଲରେ ବୁଡ଼ିଗଲେ ଦୁଇ ବନ୍ଧୁ

Published By : Suraj Kumar | March 30, 2025 10:48 PM

ରାଉରକେଲା/ନୂଆଗାଁ, ୩୦ା୩(ବ୍ୟୁରୋ/ଆପ୍ର): ଅସହ୍ୟ ଗରମରୁ ରକ୍ଷା ପାଇବାକୁ ସ୍ନାନ କରୁଥିବାବେଳେ କୋଏଲ୍‌ ନଦୀରେ ଘଟିଛି ବଡ଼ ଅଘଟଣ । ଭଉଁରୀରେ ଫସିଯିବାରୁ ଦୁଇ ବନ୍ଧୁଙ୍କ ଜୀବନ ଯାଇଛି । ରାଉରକେଲା ଉପକଣ୍ଠ ତଥା ବିଶ୍ରା ଥାନା ଅନ୍ତର୍ଗତ କେର୍କେଟା ଘାଟରେ ରବିବାର ଅପରାହ୍ଣରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକ ହେଲେ ଆଶୀର୍ବାଦ ବାରିକ (୧୮) ଏବଂ ପ୍ରଦୀପ ତରାଇ (୧୯) । ଅନ୍ୟ ଦୁଇ ସାଙ୍ଗ ଅଳ୍ପକେ ବର୍ତ୍ତି ଯାଇଛନ୍ତି । 

ସେକ୍ଟର-୧୭ ଅନ୍ତର୍ଗତ କ୍ୱାର୍ଟର୍ସ ନଂ. ବି/୧୭୭ରେ ରହୁଥିବା ଯତୀନ୍ଦ୍ର କୁମାର ତରାଇଙ୍କ ପୁଅ ପ୍ରଦୀପ ଓ ସେକ୍ଟର-୮ ଶନି ମନ୍ଦିର ବସ୍ତିର ଦେବେନ୍ଦ୍ର ବାରିକଙ୍କ ପୁଅ ଆଶୀର୍ବାଦ ଅନ୍ୟ ଦୁଇ ସାଙ୍ଗଙ୍କ ସହ ଅପରାହ୍ଣ ସାଢ଼େ ୩ଟାରେ କୋଏଲ ନଦୀର କେର୍କେଟା ଘାଟକୁ ଗାଧୋଇବାକୁ ଯାଇଥିଲେ । ତେବେ ଗାଧୋଇବାବେଳେ ପ୍ରଦୀପ ଏବଂ ଆଶୀର୍ବାଦ ଭଉଁରୀରେ ପଡ଼ିଯାଇ ଗଭୀର ପାଣିରେ ବୁଡ଼ି ଯାଇଥିଲେ । ଅନ୍ୟ ଦୁଇ ସାଙ୍ଗ ଚିତ୍କାର କରିବାରୁ ସେଠାରେ ଥିବା ଜଣେ ମତ୍ସ୍ୟଜୀବୀ ପ୍ରଦୀପଙ୍କୁ ଉଦ୍ଧାର କରିଥିଲେ । ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଗ୍ନ ିଶମ କର୍ମଚାରୀ ଖୋଜାଖୋଜି କରି ପ୍ରାୟ ୧ ଘଣ୍ଟା ପରେ ଆଶୀର୍ବାଦଙ୍କୁ ଠାବ କରିଥିଲେ । ଆଇଜିଏଚ୍‌ରେ ତାଙ୍କୁ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତଦେହ ଆଇଜିଏଚ୍‌ ଶବାଗାରରେ ରଖାଯାଇଛି । ପ୍ରଦୀପ ଓ ଆଶୀର୍ବାଦ ପରିବାରର ଏକ ମାତ୍ର ପୁଅ ଥିଲେ । ଦୁହିଁଙ୍କ ଏଭଳି ଅକାଳ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡ଼ ିଛନ୍ତି । କାନ୍ଦବୋବାଳିରେ ଡାକ୍ତରଖାନା ପରିସର ଫାଟିପଡୁଛି । ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ୍‌ କହିଛି ।  ସୂଚନାଯୋଗ୍ୟ, କୋଏଲ ନଦୀରେ ସ୍ନାନ ବିପଦସଙ୍କୁଳ ହେଉଛି । ଗତବର୍ଷ ନଭେମ୍ବରରେ ଜାମସେରା ଘାଟରେ ବୁଡ଼ ିଯାଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ନଦୀଘାଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ ି କରିବାକୁ ସାଧାରଣରେ ଦାବି ହେଉଛି 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.