PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଷ୍ଟିଲ୍‌ ସିଟିରେ ଦୁଇ ଗୋଷ୍ଠୀ ସଂଘର୍ଷ, ଫାଙ୍କା ଗୁଳି ଚାଳନା କରି ୧୦ ଅଟକ

ସୁନ୍ଦରଗଡ଼ ୨୦/୦୮: ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ମାର୍କେଟ୍‌ ଅଞ୍ଚଳରେ ଏକ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଛି ସଂଘର୍ଷ । ଏହି ମାରପିଟ୍‌ ସମୟରେ ଗୋଟିଏ ସମ୍ପ୍ରଦାୟର ଜଣେ ବ୍ୟକ୍ତି ବନ୍ଧୁକରୁ ଫାଙ୍କା ଗୁଳି ଚାଳନା କରିବା ପରେ ଦେଖା ଦେଇଛି ଉତ୍ତେଜନା । ପୁଲିସ୍‌ ଉଭୟ ଗୋଷ୍ଠୀର ୧୦ ଜଣଙ୍କୁ ଥାନାରେ ଅଟକ ରଖିଛି । ତେବେ ଦୁଇ ଗୋଷ୍ଠୀର ଲୋକେ ପରସ୍ପର ବିରୋଧରେ ମାମଲା ରୁଜୁ କରିବା ଦାବିରେ ଥାନା ଘେରାଉ କରିଥିବା ଜଣାପଡ଼ିଛି ।

ରିଜେଣ୍ଟ ମାର୍କେଟ୍‌ ଅଞ୍ଚଳରେ ଥିବା ଏକ ସମ୍ପ୍ରଦାୟର ପୁରୁଣା ଗୋଷ୍ଠୀ ଓ ନୂଆ ଗୋଷ୍ଠୀ ମଧ୍ୟରେ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଏକ ବୈଠକ ବସିଥିଲା । ବୈଠକର ଉଦ୍ଦେଶ୍ୟ ଥିଲା, ପୁରୁଣା କମିଟି ନୂଆ କମିଟି ମଧ୍ୟରେ ହିସାବ କିତାବ ନେଇ ଆଲୋଚନା କରିବା । ଗତ ୮ ବର୍ଷ ହେଲା ପୁରୁଣା କମିଟି ରହିଥିବା ବେଳେ ତା’ର କର୍ମକର୍ତ୍ତାମାନେ ଆୟବ୍ୟୟର ହିସାବ ଦେଉଥିଲେ । ତେବେ ନୂଆ କମିଟିର କିଛି ସଦସ୍ୟ ଏହାକୁ ବିରୋଧ କରିଥିଲେ । ଫଳରେ ପୁରୁଣା ଓ ନୂଆ କମିଟିର ସଦସ୍ୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ମାରପିଟ୍‌ । ଦୁଇ କମିଟି ମଧ୍ୟରୁ ଗୋଟିଏ କମିଟିର ଜଣେ ସଦସ୍ୟ ବନ୍ଧୁକରୁ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ । ଗୁଳି ଚଳାଇବା ଘଟଣା ପରେ ସେଠାରେ ଦେଖା ଦେଇଥିଲା ଉତ୍ତେଜନା ।

ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚିଥିଲା ଟାଉନ ଥାନା ପୁଲିସ୍‌ । ପୁଲିସ୍‌ ଉଭୟ ଗୋଷ୍ଠୀର ୧୦ ଜଣଙ୍କୁ ଧରି ଥାନାକୁ ଆଣିବା ସହ ଅଟକ ରଖି ପଚରାଉଚରା ଚଳାଇଛି । ଉଭୟ ଗୋଷ୍ଠୀର ବହୁ ଲୋକ ଟାଉନ ଥାନା ଘେରାଉ କରିବା ସହ ସମସ୍ତଙ୍କ ନାମରେ ମାମଲାରେ ରୁଜୁ କରିବା ଲାଗି ଦାବି କରିଛନ୍ତି । ରିପୋର୍ଟ ଲେଖା ହେବା ସୁଦ୍ଧା ଥାନା ସମ୍ମୁଖରେ ଉଭୟ ଗୋଷ୍ଠୀର ଲୋକେ ଥାନାକୁ ଘେରାଉ କରି ରଖିଛନ୍ତି । ପୁଲିସ୍‌ ଫାଙ୍କା ଗୁଳି ଚାଳନା ଠାରୁ ଆରମ୍ଭ କରି ବିଭିନ୍ନ ଦିଗ ଉପରେ ଟିକିନିକି ତଦନ୍ତ ଚଳାଇଛି ।