ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ଆଜି ଆକାଉଣ୍ଟକୁ ଆସିବ ସିଏମ୍‌ କିଷାନ ଟଙ୍କା, ଉପକୃତ ହେବେ ୫୧ ଲକ୍ଷରୁ ଅଧିକ ଚାଷୀ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

କୁଳଡିହା ଅଭୟାରଣ୍ୟରେ ଶିକାର କରିବା ଅଭିଯୋଗରେ ଦୁଇ ଶିକାରୀ ଗିରଫ, ବନ୍ଧୁକ ଓ ମାରଣାସ୍ତ୍ର ଜବତ

Published By : Anindita Ratha | August 27, 2025 11:11 AM

ନୀଳଗିରି,୨୭/୯: ବାଲେଶ୍ଵର ଜିଲ୍ଲା ନୀଳଗିରି କୂଳଡିହା ଅଭୟାରଣ୍ୟରେ ଶିକାର କରିବା ଅଭିଯୋଗରେ ଦୁଇ ଶିକାରୀ ଗିରଫ । ଏଥିସହ ସେମାନଙ୍କଠାରୁ ବନ୍ଧୁକ ଓ ମାରଣାସ୍ତ୍ର ଜବତ ।  ଗିରଫ ଶିକାରୀ ହେଲେ ଔପଦା ବ୍ଲକ ପିଣ୍ଡାବସା ଗ୍ରାମର ଦାମ ସମାଦ ଓ ସୁଦର୍ଶନ ବିଶ୍ୱାଳ। ଏନେଇ ଏକ ମାମଲା ରୁଜୁ ହୋଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଗତ ଅଗଷ୍ଟ ମାସ ୯ ତାରିଖରେ ଝରଣାଘାଟି ସେକ୍ସନ କଙ୍କଡାବଳିଆ ଅଞ୍ଚଳରେ ଶିକାର କରିବା ବେଳେ ଟ୍ରାପ କ୍ୟାମେରାରେ କିଛି ଶିକାରୀଙ୍କ ଫଟୋ କଏଦ ହୋଇଥିଲା।ପରେ କୁଳଡିହା ବନବିଭାଗ ତଦନ୍ତ କରି ଶିକାରୀଙ୍କୁ ଚିହ୍ନଟ କରିଥିଲେ। ଗତକାଲି ଅତର୍କିତ ଚଢ଼ାଉ କରି ଗୋଳାଭର୍ତ୍ତି ବନ୍ଧୁକ,ଫାଶ ଓ ମାରଣାସ୍ତ୍ର ସମେତ ହରିଣ ସିଙ୍ଗ ଜବତ କରି ଦୁଇଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ତେବେ ଗିରଫ ଶିକାରୀ ହେଲେ ଔପଦା ବ୍ଲକ ପିଣ୍ଡାବସା ଗ୍ରାମର ଦାମ ସମାଦ ଓ ସୁଦର୍ଶନ ବିଶ୍ୱାଳ।ଏନେଇ ଏକ ମାମଲା ରୁଜୁ ହୋଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.