ମୁମ୍ବାଇ,୩୧/୮ : ତିଲକ ବର୍ମା ଦିଲୀପ ଟ୍ରଫିର ସେମିଫାଇନାଲ ଖେଳିବେ ନାହିଁ । ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ସାଉଥ ଜୋନ ନିଜ ସ୍କ୍ବାର୍ଡ଼ରେ ୨ବଡ଼ ପରିବର୍ତ୍ତନ କରିଛି । ଅଧିନାୟକ ତିଲକ ବର୍ମା ସେମିଫାଲନାଲ ମୁକାବିଲା ଖେଳିବେ ନାହିଁ । ଯାହା ସେପ୍ଟେମ୍ବର ୪ରେ ଆରମ୍ଭ ହେବାକୁ ଥିଲା କିନ୍ତୁ ଏହି ଦିନ ଭାରତୀୟ ଟିମ୍ ଏସିଆ କପ୍ ଲାଗି ଦୁବାଇ ଯିବାକୁ ଅଛି । ସାଉଥ ଜୋନ ଟିମକୁ ପୁଣି ଏକ ବଡ଼ ଝଟକା ଲାଗିଛି କାରଣ ସାଇ କିଶୋରଙ୍କ ହାତରେ ଆଘାତ କାରଣରୁ ଟିମରୁ ବାହାରି ଯାଇଛନ୍ତି ।
କେରଳର ମହମ୍ମଦ ଅଜହରୁଦ୍ଦିନଙ୍କୁ ପ୍ରଥମେ ସାଉଥ ଜୋନର ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିଲା। ଏବେ ତିଲକ ବର୍ମାଙ୍କ ଅନୁପସ୍ଥିତି ଅଜହରୁଦ୍ଦିନ ଅଧିନାୟକର ଭାର ସମ୍ଭାଳିବେ । ସେହିଭଳି ତାମିଲନାଡ଼ୁର ଏନ ଜଗଦୀଶନଙ୍କୁ ନୂଆ ଉପଅଧିନାୟକ ନିଯୁକ୍ତ କରାଯାଇଛି। ରିପ୍ଲେସମେଣ୍ଟ କଥା ଯଦି ଆମେ କହିବା ତେବେ ସ୍କ୍ବାର୍ଡ଼ରେ ତିଲକ ବର୍ମାଙ୍କ ସ୍ଥାନ ଶେଖ ରଶୀଦ ନେଇଛନ୍ତି । ସେହିଭଳି ସାଇ କିଶୋରଙ୍କ ସ୍ଥାନ ଅଙ୍କିତ ଶର୍ମା ନେଇଛନ୍ତି ।
ସାଉଥ ଜୋନର ସିଲେକ୍ଟର୍ସ ବିସିସିଆଇର ପରାମର୍ଶ ନ ମାନି କେଏଲ ରାହୁଲ, ଓ୍ବାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ସାଇ ସୁଦର୍ଶନ ଏବଂ ପ୍ରିସିଦ୍ଧ କୃଷ୍ଣାଙ୍କୁ ଟିମରେ ସ୍ଥାନ ଦେଇନଥିଲେ । ଏବେ ତିଲକ ବର୍ମା ଏବଂ ସାଇ କିଶୋରଙ୍କ ବାହାରିବା ପରେ ବି ସାଉଥ ଜୋନର ସିଲେକ୍ଟର୍ସ ବଡ଼ ଖେଳାଳୀଙ୍କୁ ସୁଯୋଗ ଦେଇନାହାନ୍ତି । ପ୍ରକାଶ ଯେ, ମହମ୍ମଦ ସିରାଜ ଏବଂ ଓ୍ବାଶିଂଟନ ସୁନ୍ଦର ଫିଟନେଶ ପରୀକ୍ଷଣ ଲାଗି ବିସିସିଆଇର ସେଣ୍ଟର ଅଫ ଏକ୍ସିଲେନ୍ସରେ ପହଞ୍ଚିଛନ୍ତି । ଟିମରେ ଅନ୍ତିମ ସମୟ ପର୍ଯ୍ୟନ୍ତ ପରିବର୍ତ୍ତନ କରାଯାଇପାରେ । କିନ୍ତୁ ଆଶା କମ୍ ଅଛି କି ସିରାଜ ଏବଂ ସୁନ୍ଦରଙ୍କୁ ସ୍କ୍ବାର୍ଡ଼ରେ ସାମିଲ କରାଯିବ । ସାଉଥ ଜୋନ ଏବଂ ଓ୍ବେଷ୍ଟ ଜୋନକୁ ସିଧାସଳଖ ସେମିଫାଇନାଲରେ ଏଣ୍ଟ୍ରି ମିଳିଥିଲା। ଯାହାର ସାମ୍ନା ସେମିଫାଇନାଲରେ କ୍ରମଶଃ ନର୍ଥ ଜୋନ ଏବଂ ସେଣ୍ଟ୍ରାଲ ଜୋନ ସହ ହେବ ।