ଲିଫ୍ଟ ଦେବା ବାହାନାରେ ୨ ଭଉଣୀଙ୍କୁ ଅପହରଣ !

ଭୁବନେଶ୍ବର,୨୩।୨; କୋରାପୁଟ ଜିଲ୍ଳା ଜୟପୁର ନିକଟସ୍ଥ ରାଣୀଗଡ଼ରୁ ଦୁଇ ଭଉଣୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଲିଫ୍ଟ ଦେବା ଵାହାନାରେ ଦୁଈ ଭଉଣୀଙ୍କୁ ଅପହରଣ କରାଯାଇଛି। ନିଜ ଜେଜେ ବାପାଙ୍କ ସହ ୨ ଭଉଣୀ ସାରିକା ଖରା ଓ ଲିଜା ଖରା ରାଣୀଗଡରୁ କେବିଡି ଆସୁଥିଲେ। ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ବାଇକରେ ସେହି ରାସ୍ତା ଦେଇ ଆସୁଥିବା ବେଳେ ଏହି ଦୁଇ ଭଉଣୀଙ୍କୁ କେବିଡିର ଛାଡି ଦେବ କହି ଲିଫ୍ଟ ଦେଈଥିଲା। କିନ୍ତୁ ପରେ କେବିଡିରେ ଛାଡିବା ବଦଳରେ କୁଆଡେ ଅପହରଣ କରି ନେଇ ଯାଇଥିବା ପରିବାର ଲୋକ ଵୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।