ମୁମ୍ୱାଇ :  ୫ ଜାନୁଆରୀ ୧୯୯୬ରେ ରିଲିଜ ହୋଇଥିଲା ,ଆମିର ଖାନ- କରିସ୍ମା କପୁରଙ୍କର ଫିଲ୍ମ ରାଜା ହିନ୍ଦୁସ୍ତାନୀକୁ ୨୮ ବର୍ଷରୁ ଅଧିକ ସମୟ ହୋଇ ସାରିଛି। ସେହି ବର୍ଷ ରିଲିଜ ହୋଇଥିବା ସବୁଠୁ ସଫଳ ଫିଲ୍ମ ଗୁଡ଼ିକ ମଧ୍ୟରେ ଗୋଟିଏ ଏହି ଫିଲ୍ମ ଆୟର ନୂଆ ରେକର୍ଡ କରିଥିଲା। ଫିଲ୍ମର କାହାଣୀ ଓ ମ୍ୟୁଜିକ୍ ତ ବର୍ଷ ବର୍ଷ ଧରି ଲୋକଙ୍କ ମନ ମସ୍ତିଷ୍କରେ ରହି ଯାଇଛି। ଏବେ ଫିଲ୍ମର ଡାଇରେକ୍ଟର ଧର୍ମେଶ ଦର୍ଶନ ନିକଟରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି କି, ଏହି ଫିଲ୍ମର ମ୍ୟୁଜିକ୍‌ ଏତେ ପସନ୍ଦ କରାଯାଇ ଥିଲା ଯେ ହଲିଉଡ୍‌ ଫିଲ୍ମମେକର୍ସ ତାଙ୍କ ଠାରୁ ମ୍ୟୁଜିକ୍‌ କିଣି ନିଜ ପ୍ରୋଜେକ୍ଟସରେ ବ୍ୟବହାର କରିଥିଲେ। 

ଧର୍ମେଶ ଦର୍ଶନ ବଲିଉଡ୍‌ ହଙ୍ଗାମାକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି କି , ସେ ଇଣ୍ଡଷ୍ଟ୍ରୀର ଏକା ଏମିତି ଡାଇରେକ୍ଟର , ଯାହାଙ୍କର ଫିଲ୍ମର ଗୀତ ହଲିଉଡ୍‌ ଫିଲ୍ମ ମେକର୍ସ କିଣି ଥିଲେ। ଡାଇରେକ୍ଟର କୁହନ୍ତି , ମେଳାରେ କରିସ୍ମା କପୁରଙ୍କ ସିନ୍‌ ବେଳେ ‘ଚୋରୀ ଚୋରୀ ହମ୍‌ ଗୋରୀ ସେ ' ଗୀତ ବାଜୁଛି। ଏହା ଉପରେ ଧର୍ମେଶ ଦର୍ଶନ କୁହନ୍ତି ,ଏହି ଗୀତ ହଲିଉଡ୍‌ ଦ ଗୁରୁ (୨୦୦୨) ପାଇଁ କିଣି ଥିଲେ। ବାସ୍ତବରେ , ମୁଁ ଏକମାତ୍ର ବଲିଉଡ୍‌ ଡାଇରେକ୍ଟର, ଯାହାଙ୍କର ୩ଟି ଗୀତ ହଲିଉଡ୍ କିଣି ଥିଲା ଏବଂ ବ୍ୟବହାର କରିଥିଲା। ରାଜା ହିନ୍ଦୁସ୍ତାନୀର ପରେଦଶୀ ପରଦେଶୀ ଓ ପୁଛୋ ଜରା ପୁଛୋ ଗୀତ ୱି ଫର୍‌ ଭେଣ୍ଡେଟା (୨୦୦୫) ଓ ହଲି ସ୍ମୋକ୍‌ (୧୯୯୯)ରେ ବ୍ୟବହାର କରାଯାଇ ଥିଲା। 

କହି ରଖୁଛୁ କି, ଡାଇରେକ୍ଟର ଧର୍ମେଶ ଦର୍ଶନ , ଫିଲ୍ମ ରାଜା ହିନ୍ଦୁସ୍ତାନୀ , ଧଡକନ , ବେୱଫା, ହାଁ ମୈନେ ବି ପ୍ୟାର୍‌ କିୟା ହୈ ଭଳି ଫିଲ୍ମ ପାଇଁ ଜଣାଶୁଣା। ସେ ଏହି ଫିଲ୍ମର କେବଳ ଡାଇରେକ୍ଟର ନଥିଲେ, ଏହାସହ କାହାଣୀର ଲେଖକ ମଧ୍ୟ ନିଜେ ଥିଲେ।