ସାହାଜପାଲ୍,୨୪/୨ : ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ତାଳଶରଡ଼ା ପଞ୍ଚାୟତ ଅନ୍ତର୍ଗତ ସାହାଜପାଲ ମେହେରସାହିକୁ ୨ ଜଣ ଅଚିହ୍ନା ହିନ୍ଦୀ ଭାଷୀ ବ୍ୟକ୍ତି ଆସି ବୁଲୁଥିବା ଦେଖି ଲୋକେ ସନ୍ଦେହରେ ପୁଲିସର ଜିମା ଦେଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନ ୫ଟା ସମୟରେ ୨ଜଣ ହିନ୍ଦୀ ଭାଷାର ବ୍ୟକ୍ତି ମେହେରସାହିକୁ ଆସି ବୁଲୁଥିଲେ । ଲୋକେ ତାଙ୍କୁ ପଚାରିବାରୁ ଆମେ ଗୁପଚୁପ ବ୍ୟବସାୟ କରିବାକୁ ଆସିଛୁ ବୋଲି କହିଥିଲେ । କେଉଁ ରାଜ୍ୟର ବୋଲି ପଚାରିବାରୁ ଛତିଶଗଡ଼ ବୋଲି କହୁଥିଲେ। ଲୋକଙ୍କ କହିବା ଅନୁସାରେ ଯଦି ଜଣେ ଅଚିହ୍ନା ଲୋକ ଆସେ ପ୍ରଥମେ ଗ୍ରାମବାସୀଙ୍କ ସହ କଥା ନ ହୋଇ ଗାଁ ଭିତରେ ସନ୍ଦେହଜନକ ଭାବେ ବୁଲୁଥିବା ଚୋରର ଲକ୍ଷଣ ବୋଲି ପ୍ରକାଶ କରିଛନ୍ତି।
ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବାବେଳେ ଲୋକେ ଉକ୍ତ ୨ଜଣ ଅଚିହ୍ନା ବ୍ୟକ୍ତିଙ୍କୁ ପୁଲିସର ଜିମା ଦେଇଥିଲେ ଓ ପୁଲିସ ଥାନାକୁ ନେଇ ଅଟକ ରଖିଛି । ପ୍ରକାଶ ଯେ, ଗତ ୨୧ତାରିଖରେ ସିଦ୍ଦପୁର ଗ୍ରାମରୁ ରାତି କାନ୍ଥ ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି । ତେଣୁ ପୁଲିସର ପାଟ୍ରୋଲିଂ ଜୋରଦାର କରିବାକୁ ଲୋକେ ଦାବି କରିଛନ୍ତି ।