ଅନନ୍ତନାଗରେ ଏନକାଉଣ୍ଟର: ୨ ଆତଙ୍କବାଦୀ ନିହତ,୩ ଯବାନ ଆହତ

ଅନନ୍ତନାଗ,୧୭।୬: ଜମ୍ମୁ କଶ୍ମୀରର ଅନନ୍ତନାଗରେ ଆଜି ସକାଳେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏହା ସହହ ସହ ୩ ଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଜଣେ ସେନା ଅଧିକାରୀ ଏବଂ ୨ ଜଣ ଯବାନ ରହିଛନ୍ତି। ଗତ ଏକ ଘଣ୍ଟା ଧରି ଦୁଇପକ୍ଷରୁ ଗୁଳିବିନିମୟ ବନ୍ଦ ରହିଛି। ଆହୁରି ଆତଙ୍କବାଦୀ ରହିଥିବା ଆଶଙ୍କା ରହିଥତିବା କାରଣରୁ ସୁରକ୍ଷାକର୍ମୀମାନେ ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି।
ଆତଙ୍କବାଦୀଙ୍କ ମୃତଦେହକୁ ସୁରକ୍ଷାକର୍ମୀମାନେ ନିଜ କବଜାରେ ନେଇ ଯାଇଛନ୍ତି।ସେମାନଙ୍କ ମଧ୍ୟରେ ଦୁଇ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ଅନନ୍ତନାଗରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଆଜି ସକାଳେ ସେନା ଜାଣିବାକୁ ପାଇଥିଲା। ଏହାପରେ ଅନନ୍ତନାଗ ଏରିଆକୁ ସେନା ଘେରିଯାଇ ସର୍ଚ୍ଚ ଅପରେସନ ଚଳାଇଥିଲା। ଏହି ସମୟରେ ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ।