PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ପ୍ରେମିକ ପାଇଁ ଦୁଇ ବାଘୁଣୀଙ୍କ ରକ୍ତାକ୍ତ ଲଢେଇ

ବାରଙ୍ଗ,୫ା୨(ଆପ୍ର): ପ୍ରାଣୀଉଦ୍ୟାନ ନନ୍ଦନକାନନରେ ତ୍ରିକୋଣୀୟ ପ୍ରେମ । ପ୍ରେମିକ କଳାବାଘ ‘ଭିକି’କୁ ଧଳା ବାଘୁଣୀ ମୌସୁମୀ ଓ ଚିନୁ ଭଲ ପାଆନ୍ତି । ଭିକି କାହାର ହେବ? ମୌସୁମୀ ନା ଚିନୁର । ତା’ ଭଲ ପାଇବାରେ ଭାଗ ବସାଇବାରୁ ମୌସୁମୀ ଚିନୁକୁ ମରଣାନ୍ତକ ଆକ୍ରମଣ କରିଛି । ଫଳରେ ଚିନୁର ଅବସ୍ଥା ସଂକଟାପନ୍ନ ହୋଇଛି । ତାକୁ ପ୍ରାଣୀ ଉଦ୍ୟାନ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ଡାହାଣ ଗୋଡରେ ଗଭୀର କ୍ଷତ ହୋଇଥିବା ସ୍ଥାନକୁ ପ୍ରାଣୀ ଚିକିତ୍ସକ ସିଲେଇ କରିଛନ୍ତି ।
ଦୁଇ ବର୍ଷ ହେଲା ଖୁଆଡ ନଂ. ୩୦ (କ)ରେ ଏକାଠି ରହୁଥିଲେ ବାଘ ଭିକି, ବାଘୁଣୀ ମୌସୁମୀ ଓ ଚିନୁ । ଏକାଠି ଖାଇବା, ଶୋଇବା ଏପରିକି ଖୁଆଡରେ ଏକାଠି ବୁଲାବୁଲି କରୁଥିଲେ ତିନି ବାଘ ବାଘୁଣୀ । ସାଧାରଣତଃ ଚାରିବର୍ଷ ବେଳକୁ ବାଘ ବାଘୁଣୀ ଯୌବନପ୍ରାପ୍ତି ହୋଇଥାନ୍ତି । ଏହି ସମୟରେ ଏମାନଙ୍କ ମତିଗତିରେ ପରିବର୍ତ୍ତନ ଘଟିଥାଏ । ଭିକି, ମୌସୁମୀ ଓ ଚିନୁକୁ ଏବେ ୩ ପୂରିଛିି । ଏହି ତିନିଜଣଙ୍କ ହାବଭାବରେ ପରିବର୍ତ୍ତନ ଦେଖି ଗତ କିଛି ଦିନ ତଳେ ଭିକିକୁ ଖୁଆଡ ନମ୍ବର ୩୦(କ) ଏବଂ ମୌସୁମୀ ଓ ଚିନୁକୁ ଖୁଆଡ ନମ୍ବର ୩୦ (ଖ)ରେ ରଖାଯାଇଛି । ପ୍ରତିଦିନ ଚିନୁ ଓ ମୌସୁମୀ ନିଜ ନିଜ ଖୁଆଡରେ ପର୍ଯ୍ୟଟକଙ୍କୁ ଦେଖାଦେବା ପରେ ସନ୍ଧ୍ୟାରେ ଏମାନଙ୍କୁ ପଛପଟ କୋଠରୀକୁ ନିଆଯାଇଥାଏ । ପୁଣି ସକାଳେ ତିନିଜଣଙ୍କୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଖୁଆଡକୁ ଅଣାଯାଇଥାଏ ।
ଆଜି ସକାଳେ ଖୁଆଡ ନଂ ୩୦(କ) ମଧ୍ୟକୁ କଳାବାଘ ଭିକି ଏବଂ ଖୁଆଡ ନଂ ୩୦(ଖ)କୁ ଚିନୁ ଓ ମୌସୁମୀକୁ ଛଡା ଯାଇଥିଲା । ଏହାର କିଛି ସମୟ ପରେ ସକାଳ ପ୍ରାୟ ୮ଟା ବେଳେ ଭିକି ଦୁଇ ଖୁଆଡ ମଧ୍ୟରେ ଥିବା ତାର ଜାଲି ନିକଟକୁ ଆସି ମୌସୁମୀ ଓ ଚିନୁକୁ ଚାହିଁ ରହିଥିଲା । ଖୁଆଡ ନଂ. ୩୦(ଖ)ରେ ଥିବା ମୌସୁମୀ ପ୍ରଥମେ ଭିକିକୁ ଦେଖି ତାର ଜାଲି ନିକଟକୁ ଆସି ଠିଆ ହୋଇଥିଲା । ଏହାର କିଛି ସମୟ ପରେ ଚିନୁ ମଧ୍ୟ ମୌସୁମୀ ପାଖକୁ ଆସି ଭିକିକୁ ଚାହିଁ ଥିଲା । ମୌସୁମୀ ଏହାକୁ ସହି ନପାରି ହଠାତ୍‌ ଚିନୁ ଉପରକୁ ଆକ୍ରମଣ କରିଥିଲା । ତା’ର ପଛ ପଟ ଡାହାଣ ଗୋଡକୁ କାମୁଡି ଧରି ଥିଲା । ପର୍ଯ୍ୟଟକ ପାଟି କରିବାରୁ କିଛି ସମୟ ପରେ ତାକୁ ଛାଡି ଦେଇ ଥିଲା । ଚିନୁ ଗୋଡ଼ରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ପ୍ରାଣୀ ଉଦ୍ୟାନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପଛ କୋଠରି ଖୋଲି ଦେଇଥିଲେ । ମୌସୁମୀ କୋଠରି ଭିତରକୁ ପ୍ରବେଶ କରିବାରୁ ପ୍ରାଣୀ ଚିକିତ୍ସକ ଡ ଶରତ ଚନ୍ଦ୍ର ସାହୁ ଟ୍ରାଙ୍କୁଲାଇଜ କରି ଚିନୁକୁ ଉଦ୍ଧାର କରିଥିଲେ । ଏକ ଯନ୍ତାରେ ଚିନୁକୁ ଅଚେତ ଅବସ୍ଥାରେ ପ୍ରାଣୀ ଚିକିତ୍ସାଳୟ ଆଣି ସେଠାରେ ତା’ର ଚିକିତ୍ସା କରାଯାଇଛି ।
୨୦୧୫ ଡିସେମ୍ବର ମାସରେ ପ୍ରାଣୀ ଉଦ୍ୟାନରେ ଏମିତି ଏକ ତ୍ରିକୋଣୀୟ ପ୍ରେମକୁ ନେଇ ଅଭାବନୀୟ ଘଟଣା ଘଟିଥିଲା । ଜଙ୍ଗଲି ବାଘୁଣୀ ‘ସାରା’ ସହ ଜଙ୍ଗଲି ବାଘ ‘ନନ୍ଦନ’ର ମିଳନ ପାଇଁ କର୍ତ୍ତୃପକ୍ଷ ପ୍ରୟାସ କରୁଥିବା ବେଳେ ବାଘୁଣୀ ମେଘା ଏମାନଙ୍କ ଭିତରେ ପ୍ରବେଶ କରି ସାରାକୁ ଆକ୍ରମଣ କରିଥିଲା ।

ସମ୍ବନ୍ଧିତ ଖବର