ନୂଆଦିଲ୍ଲୀ : ଲୋକାଲ ଟ୍ରେନରେ ଯାତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ଏକ ସାଧାରଣ କଥା । ପ୍ରତିଦିନ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ମଧ୍ୟରେ କେବେ ନାଁ କେବେ ଝଗଡ଼ା ହେଉଥିବାର ମଧ୍ୟ ଆପଣ ଯାତ୍ରା ସମୟରେ ଦେଖିଥିବେ ନିଶ୍ଚୟ । ଏବେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସିଟ୍ ପାଇଁ ଦୁଇଜଣ ମହିଳାଙ୍କ ଯୁକ୍ତିତର୍କ ଆଉ ପରେ ହାତାହାତି ହେବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହାସହ ଜଣେ ବୟସ୍କା ମହିଳା ସିଟ୍ ଉପରେ ଶୋଇ ପଡ଼ୁଥିବା ମଧ୍ୟ ଦେଖିବାକୁ ମିଳିଛି । ଯେଉଁ ଭିଡିଓକୁ ଏବେ ୟୁଜର୍ସମାନେ ବହୁଳ ମାତ୍ରାରେ ସେୟାର କରିବା ସହ ମଜାମଜା କମେଣ୍ଟ ମଧ୍ୟ ଦେଉଥିବା ଦେଉଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି କି, ବୟସ୍କ ମହିଳା ଜଣକ ଦୁଇଟି ସିଟ୍ ରଖିଛନ୍ତି । ଅନଭ୍ରଜଣେ ମହିଳା ବସିବା ପାଇଁ ଯେତେବେଳେ ଯାଇଛନ୍ତି ସେ ଛାଡ଼ି ନଥିଲେ । ଯେଉଁ କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୋଇଥିଲା । ଭରାଯାତ୍ରୀ ରହିଥିବାବେଳେ ସମସ୍ତେ ବାରଣ ମଧ୍ୟ କରୁଛନ୍ତି । କିନ୍ତୁ ବୟସ୍କ ମହିଳା ଜଣକ ସିଟରେ ଏକ ଶୋଇପଡ଼ୁଛନ୍ତି କିନ୍ତୁ ବସିବା ପାଇଁ ଜାଗା ଛାଡ଼ୁନାହାନ୍ତି । ସେ ସମ୍ପୂର୍ଣ୍ଣ ସିଟକୁ ଅଧିକାର କରି ରଖିଥିବାବେଳେ କାହାକୁ ମଧ୍ୟ ଛାଡ଼ୁନାହାନ୍ତି । କହିଲେ ଅସୁସ୍ଥ ଥିବା କୁହୁଛନ୍ତି ।

ସେପଟେ ଜଣେ ୟୁଜର୍ସ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି କି, ଟ୍ରେନରେ କିଭଳି ଭାବେ ଲୋକେ ଦାଦାଗିରି କରୁଛନ୍ତି । ଯଦି ଅସୁସ୍ଥ ଅଛ ତାହେଲେ ତୁମେ ଆମ୍ବୁଲାନ୍ସରେ ଚାଲିଯାଅ । କିନ୍ତୁ ଟ୍ରେନରେ ସମସ୍ତେ ଯିବାର ଅଧିକାର ଅଛି । ଏଭଳି ଏକା ସମ୍ପୂର୍ଣ୍ଣ ସିଟ୍ ମାଡ଼ିବସିବା କେତେଦୂର ଯୁକ୍ତିଯୁକ୍ତ । ଅନେକ ୟୁଜର୍ସ ଏହି ଭିଡିସରେ ମଜାମଜା କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି ।

ଏହାସହ ପଢ଼ନ୍ତୁ : ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେ ୧୧ ମାଓବାଦୀ, ୧.୩୪ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ଘୋଷଣା