PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

୫୫ ଘଣ୍ଟା ଅସ୍ତ୍ରୋପଚାର ପରେ ଅଲଗା ହେଲା ଜାଆଁଳା ଭଉଣୀଙ୍କ ମୁଣ୍ଡ

ଲଣ୍ଡନ ୧୭।୭: ଦୁଇବର୍ଷର ଜାଆଁଳା ଭଉଣୀଙ୍କୁ ଡାକ୍ତର ଅଲଗା କରିବାରେ ପୁଣି ଥରେ ସଫଳତା ହାସଲ କରିଛନ୍ତି। ପାକିସ୍ତାନର ଦୁଇବର୍ଷର ଜାଆଁଳା ଭଉଣୀଙ୍କ ମୁଣ୍ଡ ଜନ୍ମରୁ ଯୋଡ଼ି ହୋଇ ରହିଥିଲା। ଲଣ୍ଡନସ୍ଥିତ ଏକ ହସ୍ପିଟାଲରେ ଦୁଇ ଭଉଣୀଙ୍କୁ ଚିକିତ୍ସିତ କରାଯାଇଥିଲା। ଏହି ଦୁଇଶିଶୁଙ୍କ ପାଖାପାଖି ୫୫ଘଣ୍ଟା ଅସ୍ତ୍ରୋପଚାର କରାଯାଇଥିଲା। ପରେ ଦୁହିଁଙ୍କୁ ସଫଳତା ସହ ଅଲଗା କରିଛନ୍ତି ଡାକ୍ତର। ଏଭଳି ଘଟଣା ଘଟିଛି ଲଣ୍ଡନସ୍ଥିତ ଗ୍ରେଟ ଆରମଣ୍ଡ ଷ୍ଟ୍ରିଟ ହସ୍‌ପିଟାଲ୍‌ରେ।

ଦୁଇବର୍ଷର ଦୁଇ ଶିଶୁଙ୍କ ନାମ ସଫା ଓ ମାରଓ୍ଵା ଉଲ୍ଲାହ ବୋଲି ଜଣାପଡ଼ିଛି। ଅସ୍ତ୍ରୋପଚାର ପରେ ଦୁହେଁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଦୁଇବର୍ଷର ସଫା ଓ ମାରଓ୍ଵାଙ୍କ ଦୀର୍ଘ ସମୟର ଏହି ସଫଳ ଅସ୍ତ୍ରୋପଚାର ନେଇ ଗ୍ରେଟ ଆରମଣ୍ଡ ଷ୍ଟ୍ରିଟ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ପ୍ରତ୍ୟେକ ୨.୫ ମିଲିୟନ ନବଜାତ ଶିଶୁଙ୍କ ମଧ୍ୟରୁ ଏମତି ୫ ପ୍ରତିଶତ ମୁଣ୍ଡ ଯୋଡ଼ି ହୋଇଥିବା ଯାଆଁଳା ଶିଶୁ ଜନ୍ମ ନେଇଥାଆନ୍ତି। ସଫା ଓ ମାରଓ୍ଵା ନାମକ ଏହି ଯାଆଁଳା ଶିଶୁଙ୍କୁ ୧୯ମାସ ହୋଇଥିବା ବେଳେ ଲଣ୍ଡନ ଅଣା ଯାଇଥିଲା। ସର୍ଜିକାଲ ଓ ମେଡିକାଲ ଟିମ୍‌ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଜାଆଁଳା ଶିଶୁ ଦୁଇଙ୍କ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ୨୦୧୯ ଫେବ୍ରୁଆରିରେ ଦୁହିଁଙ୍କ ଶେଷ ପର୍ଯ୍ୟାୟ ଅସ୍ତ୍ରୋପଚାର ଶେଷ ହେବା ପରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଥିଲେ।

ସମ୍ବନ୍ଧିତ ଖବର