ଦିଗପହଣ୍ଡି,୨୯/୦୧: କଲେଜ ଛାତ୍ରୀଙ୍କୁ ଯୁବକଙ୍କ ଆକ୍ରମଣ। କଲେଜ ସମ୍ମୁଖରେ ଛାତ୍ରୀଙ୍କୁ ମାଡ଼ ମାରି ଦୁଇ ଯୁବକ ଫେରାର। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ପୋଡ଼ାମାରି ମହାବିଦ୍ୟାଳୟରୁ ଏହି ଘଟଣା ସାମ୍ନାକୁ ଆସିଛି ।

ଆହୁରି ପଢନ୍ତୁ-ରାଜ୍ୟ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ, ପଞ୍ଚାୟତ ନିର୍ବାଚନ ଓ ବଜେଟ୍ ଉପରେ ଆଲୋଚନା

ସୂଚନା ମୁତାବକ, କଲେଜ ସମ୍ମୁଖରେ ଛାତ୍ରୀଙ୍କୁ ହଠାତ୍ ଦୁଇ ଜଣ ଯୁବକ ଆସି ଆକ୍ରମଣ କରିଥିଲେ। ଯେଉଁଥିରେ ଛାତ୍ରୀ ଜଣକ ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥରେ ଦିଗପହଣ୍ଡି ମେଡିକାଲ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ୍ ସ୍ଥାନାନ୍ତର କରାଯାଇଛି । ସେପଟେ ଆକ୍ରମଣ କରିଥିବା ଯୁବକ ଦୁଇ ଜଣ ଫେରାର ଥିବା ବେଳେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।