ବେଜିଂ,୫।୧୦: ଚୀନ୍ର ପାଣିପାଗ ବିଭାଗ ଶକ୍ତିଶାଳୀ ଝଡ ‘ମାତମୋ’ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ବିଶେଷଜ୍ଞଙ୍କ ମତରେ ଏହା ୨୦୨୫ ର ୨୧ ତମ ବାତ୍ୟା, ଯାହାକି ଧିମା ଗତିରେ ଦେଶର ଦକ୍ଷିଣ ଅଞ୍ଚଳରେ ସ୍ଥଳଭାଗ ଛୁଇଁବାକୁ ଅଗ୍ରସର ହେଉଛି। ରାଷ୍ଟ୍ରୀୟ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଶନିବାର ସକାଳ ପ୍ରାୟ ୫ଟା ବେଳେ ବାତ୍ୟା ୧୮ ଡିଗ୍ରୀ ଉତ୍ତର ଆକ୍ଷାଂଶ ଓ ୧୧୭.୭ ଡିଗ୍ରୀ ପୂର୍ବ ଦେଶାନ୍ତରରେ ଥିଲା। ଏହାର ବର୍ତ୍ତମାନ ଗତି ୨୫-୩୦ କିଲୋମିଟର ପ୍ରତିଘଣ୍ଟା ରହିଛି। ଏହା ଉତ୍ତର ପଶ୍ଚିମ ଦିଗ ଆଡକୁ ବଢୁଛି। ଏହି ଆଲର୍ଟକୁ ଚାରି-ସ୍ତରୀୟ ରଙ୍ଗ-କୋଡେଡ୍ ସିଷ୍ଟମରେ ଦ୍ୱିତୀୟ ସବୁଠାରୁ ଗମ୍ଭୀର ବର୍ଗ ଭାବରେ ବିବେଚନା କରାଯାଏ।
ଏହାକୁ ଦୃଷ୍ଟିରେ ଝାନଝିୟାଙ୍ଗ ସହରରେ ଶନିବାର ସନ୍ଧ୍ୟାରୁ ସ୍କୁଲ, ଅଫିସ, ଫ୍ୟାକ୍ଟ୍ରି ପରବହନ ସେବା ଏବଂ ବ୍ୟବସାୟକ ପ୍ରତିଷ୍ଠାନ ବନ୍ଦ କରି ଦିଆଯାଇଛି। ରବିବାର ସକାଳୁ ସମସ୍ତ ଜାତୀୟ ରାଜପଥରେ ବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଗ୍ବାଙ୍ଗଡୋଙ୍ଗ ପ୍ରଦେଶର ସରକାର ବାତ୍ୟାର ତୀବ୍ରତାକୁ ଧ୍ୟାନରେ ରଖି ଜରୁରୀ ଉପାୟକୁ ସକ୍ରିୟ କରିଛନ୍ତି। ଏହା ଅନୁସାରେ, ୧,୫୦,୦୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଁଞ୍ଚାଇ ଦିଆଯାଇଛି। ଦକ୍ଷିଣ ଚୀନ୍ର ହେନାନ୍ରେ ଉଡାଣ ରଦ୍ଦ କରି ଦିଆଯାଇଛି। ଏହା ସହ ବହୁ କାର୍ଯ୍ୟକ୍ରମକୁ ମଧ୍ୟ ରଦ୍ଦ କରାଯାଇଛି।