PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

୧୯ବର୍ଷରୁ କମ୍‌ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଚାମ୍ପିଅନ୍‌ , ବିସିସିଆଇର ଘୋଷଣା କଲା ୫କୋଟି ପୁରସ୍କାର ରାଶି

ନୂଆଦିଲ୍ଲୀ,୩୦/୦୧: ବିସିସିଆଇ ସମ୍ପାଦକ ଜୟ ଶାହ ରବିବାର ୧୯ବର୍ଷରୁ କମ୍‌ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଚାମ୍ପିଅନ୍‌ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇବା ସହ ୫କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ।

ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଭାରତରେ ମହିଳା କ୍ରିକେଟର ବହୁ ଉନ୍ନତି ଘଟିଛି ଏବଂ ବିଶ୍ୱକପ୍‌ ଟାଇଟଲ୍‌ ସଫଳତା ମହିଳା କ୍ରିକେଟ୍‌କୁ ବହୁ ଉଚ୍ଚକୁ ନେଇଯାଇଛି । ବିଶ୍ୱ ଚାମ୍ପିଅନ୍‌ ଭାରତୀୟ ଦଳ ଏବଂ ସହକାରୀ ଷ୍ଟାଫ୍‌ଙ୍କ ପାଇଁ ୫କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରି ମୁଁ ବହୁତ ଖୁସି । ଏହା ନିଶ୍ଚିତ ରୂପରେ ଭାରତୀୟ କ୍ରିକେଟ୍‌ ପାଇଁ ଏକ ପଥ ପ୍ରଦର୍ଶକ ବର୍ଷ ଅଟେ ।’

ଶ୍ରୀ ଶାହ ଆହୁରି ଲେଖିଛନ୍ତି, ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ ପାଇଁ ମୁଁ ମହିଳା ଦଳ ଅଧିନାୟିକା ଶେଫାଳି ବର୍ମା ଏବଂ ସମ୍ପୂର୍ଣ୍ଣ ଟିମ୍‌କୁ ଆମନ୍ତ୍ରଣ କରିଛି । ବିଶ୍ୱକପ୍‌ ଜିତିବା ଏକ ଅଦ୍ଭୁତପୂର୍ବ ସଫଳତା । ମହିଳା ଦଳ ଦେଶକୁ ଗୌରାବାନ୍ୱିତ କରିଛି । ସେମାନଙ୍କୁ ମୋର ବହୁତ ବହୁତ ଶୁଭେଚ୍ଛା ।’

ସମ୍ବନ୍ଧିତ ଖବର