PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଉଦୟପୁର ହତ୍ୟାକାଣ୍ଡ : ପୀଡ଼ିତ ପରିବାରଙ୍କୁ ଏକ କୋଟି ଟଙ୍କାର ଆର୍ଥିକ ସହାୟତା ଦେବା ନେଇ ବିଜେପି ନେତା କପିଲ ମିଶ୍ରାଙ୍କ ଘୋଷଣା   

pic- internet

ନୂଆଦିଲ୍ଲୀ: ଉଦୟପୁରରେ ହତ୍ୟା କରାଯାଇଥିବା ଦର୍ଜି କହ୍ନେୟାଲାଲଙ୍କ ପରିବାର ବର୍ଗଙ୍କୁ ଭେଟିଲେ ବିଜେପି ନେତା କପିଲ ମିଶ୍ରା। ସେ ପରିବାର ବର୍ଗଙ୍କ ସହ ଆଲୋଚନା କରି ଫଣ୍ଡ ରେଜର ମାଧ୍ୟମରେ ଏକ କୋଟି ଟଙ୍କାର ଆର୍ଥିକ ସହାୟତା ରାଶି ଦେବା ନେଇ ଘୋଷଣା କରିଛନ୍ତି। ଉଦୟପୁର ଧାନ ମଣ୍ଡି ଅଞ୍ଚଳରେ ମଙ୍ଗଳବାର ଦର୍ଜି କହ୍ନେୟାଲାଲଙ୍କୁ ଦୁଇ ଜଣ ହତ୍ୟାକାରୀ ଚାଖୁରେ ଗଳା କାଟି ନିର୍ମମ ଭାବେ ହତ୍ୟା କରିଥିଲେ। ଯାହାର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ଏହି ଦୁଇ ହତ୍ୟାକାରୀ।  

ଉଦୟପୁର ସେକ୍ଟର ୧୪ ସ୍ଥିତ କହ୍ନେୟାଲାଲଙ୍କ ଘରେ ପରିବାର ବର୍ଗଙ୍କ ସହ ଆଲୋଚନା କରିବା ପରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ସାମ୍ୱାଦିକଙ୍କୁ ଶ୍ରୀ ମିଶ୍ରା କହିଛନ୍ତି, ଫଣ୍ଡ ରେଜର ମାଧ୍ୟମରେ ଏକ କୋଟି ଟଙ୍କା କହ୍ନେୟାଙ୍କ ପରିବାରକୁ ସହାୟତା କରାଯିବ। ବର୍ତ୍ତମାନ ଯାଏ ଏକ କୋଟି ୭୦ ଲକ୍ଷ ଟଙ୍କା ଲୋକମାନେ ସହାୟତା କରିଛନ୍ତି। ସେ କହିଛନ୍ତି,  ଏକ କୋଟି ଟଙ୍କା କହ୍ନେୟାଲାଲଙ୍କ ପରିବାରକୁ ସିଧାସଳଖ ଦିଆଯିବ। ଏହି ଟଙ୍କା ଘରର ଋଣ ଓ ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ ହେବ। ଏହା ସହ କହ୍ନେୟାଙ୍କ ଦୋକାନରେ ଉପସ୍ଥିତ ଥିବା ଆହତ ଇଶ୍ୱରଙ୍କୁ ୨୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି ମିଶ୍ରା କହିଛନ୍ତି।       

ଏହା ବ୍ୟତୀତ ବୁଧବାର ରାଜସମନଦରେ ଆହତ ହୋଇଥିବା ପୁଲିସ କନଷ୍ଟେବଲ ସନ୍ଦୀପଙ୍କୁ ୫ ଲକ୍ଷ ଟଙ୍କା ଦିଆଯିବ। ସେ ଏକ ଧାର୍ମିକ ପ୍ରଦର୍ଶନକୁ ନିୟନ୍ତ୍ରଣ ପାଇଁ ଯାଉଥିବା ବେଳେ ଆହତ ହୋଇଥିଲେ। ମିଶ୍ରା କହିଛନ୍ତି, ମହାରାଷ୍ଟ୍ର ଅମରାବତିରେ ହତ୍ୟା କରାଯାଇଥିବା ଉମେଶ ପ୍ରହ୍ଲାଦ ରାଓ କୋଲେଙ୍କ ପରିବାର ବର୍ଗଙ୍କୁ ମଧ୍ୟ ୩୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ।