PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ବଜରଙ୍ଗ ଦଳର କର୍ମୀଙ୍କ ମୁଣ୍ଡକୁ ୩ ରାଉଣ୍ଡ ଗୁଳି ମାରିଲେ ଦୁର୍ବୁତ୍ତ, ସିସିଟିଭି ଫୁଟେଜରେ ହତ୍ୟାକାରୀ

ଉଦୟପୁର,୭।୨: ହ୍ରଦର ସହର ଉଦୟପୁରରୁ ଆସିଛି ବଡ ଖବର। ହିନ୍ଦୁବାଦୀ ସଂଗଠନ ବଜରଙ୍ଗ ଦଳର ପଦାଧିକାରୀ ରାଜୁ ପରମାରଙ୍କୁ ହତ୍ୟା କରାଯାଇଛି। ଆକ୍ରମଣକାରୀ ରାଜୁଙ୍କ ମୁଣ୍ଡକୁ ଖୁବ୍ ନିକଟରୁ ୩ଟି ଗୁଳି ମାରିଥିଲା। ଫଳରେ ରାଜୁ ପରମାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ସୋମବାର ସନ୍ଧ୍ୟାରେ ଘଟଣା ଘଟିଛି। ହତ୍ୟାକାଣ୍ଡ ପରେ ପୁରା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। କୁହାଯାଉଛି ଯେ, ରାଜୁ ପରମାରଙ୍କ ଜମିଜମା ସମ୍ପର୍କୀତ ମାମଲାକୁ ନେଇ ପୂର୍ବରୁ ବିବାଦ ଥିଲା। ତେଣୁ ସନ୍ଦେହ କରାଯାଉଛି ଜମିଜମା ବିବାଦ କାରଣରୁ ରାଜୁଙ୍କୁ ହତ୍ୟା କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରେ ଅମ୍ବାମାତା ଥାନା ଅନ୍ତର୍ଗତ ରାମପୁରା ଏକଲିଙ୍ଗ ନାଥ ଗାର୍ଡେନ ପାଖରେ ରାଜୁ ପରମାରଙ୍କୁ ଦୋକାନ ବାହାରକୁ ଡକାଯାଇଥିଲା।ଏହାପରେ ଆକ୍ରମଣକାରୀ ଖୁବ୍‌ ନିକଟରୁ ତାଙ୍କ ମୁଣ୍ଡକୁ ୩ ରାଉଣ୍ଡ ଗୁଳି କରିଥିଲା। ପରିବାର ଲୋକ ଅନ୍ୟ ବ୍ୟକ୍ତିମାନେ ରାଜୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ପରିବାର ଲୋକ ଅଭିଯୁକ୍ତର ତୁରନ୍ତ ଗିରଫ କରିବା ନେଇ ଦାବି କରିଛନ୍ତି।

ଘଟଣାର ସୂଚନା ମିଳିବା ମାତ୍ରେ ଆଡିସନାଲ ଏସପି ଚନ୍ଦ୍ରଶୀଳ ଠାକୁର, ଡିଏସପି, ଥାନା ଅଧିକାରୀ ଓ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହା ସହିତ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ମଧ୍ୟ ଚେକ୍ କରାଯାଉଛି। ସିସିଟିଭି ଫୁଟେଜ୍‌ରେ ଦୁଇଜଣ ଯୁବକ ଚାଲିଚାଲି ଯାଉଥିବା ଦେଖାଯାଉଛନ୍ତି। ଏଭଳି ସ୍ଥିତିରେ ପୋଲିସ ଆଶଙ୍କା କରୁଛି ଏହି ଦୁଇ ଜଣ ତାଙ୍କୁ ହତ୍ୟା କରିଥାଇ ପାରନ୍ତି। ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର