ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ

ଉଦୟପୁର : ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (NIA) କୋର୍ଟ ଉଦୟପୁର ହତ୍ୟାକାଣ୍ଡ ମାମଲାରେ ଗିରଫ ୪ଜଣ ଅପରାଧି ମହମ୍ମଦ ରିୟାଜ ଅଖତରୀ, ଗୌସ୍‌ ମହମ୍ମଦ ଓ ତାଙ୍କ ସାଥି ଆସିଫ୍‌ ଓ ମୋହସିନ୍‌ଙ୍କୁ ୧୦ ଦିନର NIA ରିମାଣ୍ଡରେ ପଠାଇଛନ୍ତି।

ଏନଆଇଏ ଓ ଆଣ୍ଟି ଟେରୋରିଜିମ୍‌ ସ୍କ୍ୱାଡ୍‌ (ଏଟିଏସ୍‌)ର ଏକ ଟିମ୍‌ ଉଦୟପୁରରେ ଟେଲର କହ୍ନୈୟାଲାଲଙ୍କର ନୃଶଂସ ହତ୍ୟାର ୪ଜଣ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଶନିବାର ଜୟପୁର ଏନଆଇଏ କୋର୍ଟରେ ଉପସ୍ଥାପିତ କରିଥିଲେ। କୋର୍ଟରେ ଉପସ୍ଥାପିତ କରିବା ପୂର୍ବରୁ ଅଭିଯୁକ୍ତଙ୍କୁ ନେଇ ପୁଲିସ୍‌ ଟିମ୍‌ ଏଟିଏସ୍‌ର ସ୍ପେଶାଲ ଅପରେସନ ଗ୍ରୁପ୍‌ (ଏସ୍ଓଜି)ର କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।

ଏନଆଇଏ , ଏଟିଏସ୍‌ରୁ ସବୁ ଡକ୍ୟୁମେଣ୍ଟ ପ୍ରମାଣ ପତ୍ର ସଂଗ୍ରହ କରିଛନ୍ତି। ଏହାପରେ କହ୍ନୈୟାଲାଲ ହତ୍ୟାକାଣ୍ଡର ଦୁଇ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ରିୟାଜ ଅଖତରୀ , ଗୌସ ମହମ୍ମଦ ଓ ତାଙ୍କର ସାଥି ଆସିଫ୍‌ ଓ ମୋହସିନଙ୍କ ସହିତ ୪ଜଣ ଅଭିଯୁକ୍ତଙ୍କୁ ଏନଆଇଏ ଓ ଏଟିଏସ୍‌ର ଦଳ କୋର୍ଟରେ ଉପସ୍ଥାପିତ କରିଛନ୍ତି। ସୁରକ୍ଷା କାରଣରୁ କୋର୍ଟ ଓ ସହରର ଅଞ୍ଚଳରେ ଅତିରିକ୍ତ ପୁଲିସ୍‌ଫୋର୍ସ ମୁତୟନ କରାଯାଇଛି।

ଉଲ୍ଲେଖନୀୟ ଯେ, ରିୟାଜ ଅଖତରୀ ଓ ଗୌସ୍‌ ମହମ୍ମଦ କଥିତ ଭାବେ ୨୮ ଜୁନ୍‌ରେ ବିଜେପିର ନିଲମ୍ୱିତ ପ୍ରବକ୍ତା ନୁପୂର ଶର୍ମାଙ୍କର ସମର୍ଥନ କରିବା ପାଇଁ ଟେଲର କହ୍ନୈୟାଲାଲଙ୍କୁ ତାଙ୍କ ଦୋକାନରେ ଛୁରୀରେ ବେକକୁ କାଟି ହତ୍ୟା କରିଥିଲେ । ଏହି ନୃଶଂସ ହତ୍ୟାକାଣ୍ଡ ପରେ ଏହି ଅଭିଯୁକ୍ତମାନେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ପୋଷ୍ଟ କରି କହିଥିଲେ କି, ସେମାନେ ଇସଲାମର ଅପମାନର ପ୍ରତିଶୋଧ ନେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.