PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଉଦୟପୁର କହ୍ନୈୟାଲାଲ ହତ୍ୟାକାଣ୍ଡ – ୯ମ ଅଭିଯୁକ୍ତକୁ ଗିରଫ କଲା NIA

ଉଦୟପୁର : ରାଜସ୍ଥାନର ଉଦୟପୁର ଜିଲ୍ଲାରେ ଟେଲର (ଦର୍ଜୀ) କହ୍ନୈୟାଲାଲଙ୍କର ହୋଇଥିବା ନୃଶଂସ ହତ୍ୟାକାଣ୍ଡ ମାମଲା। ଜାତୀୟ ଅନୁସନ୍ଧାନ ସଂସ୍ଥା ( ଏଏନଆଇ)  ଏହି ହତ୍ୟାକାଣ୍ଡରେ ଜଡ଼ିତ କଥିତ ଷଡ଼ଯନ୍ତ୍ରକାରୀ ମୁସ୍ଲିମ୍‌ ଖାନକୁ କରିଛି ଗିରଫ । ଏହି ମାମଲାରେ ୯ମ ଗିରଫଦାରୀ ହୋଇଥିବା ସଂପୃକ୍ତ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।

ଏଏନ୍‌ଆଇ ମୁତାବିକ , ୪୧ ବର୍ଷିୟ ମୁସ୍ଲିମ୍‌ ଖାନ ଓରଫ ମୁସ୍ଲିମ୍‌ ରଜା ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲା ନିବାସୀ ଏବଂ ଷଡ଼ଯନ୍ତ୍ରରେ ତାର ସକ୍ରିୟ ଭୂମିକା ଥିଲା। ଏଏନଆଇ ଉକ୍ତ ମାମଲାର ଯାଞ୍ଚ ୨୯ ଜୁନ୍‌ରେ ନିଜ ହାତକୁ ନେଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ସଂପୃକ୍ତି ୯ ଜଣ ଲୋକଙ୍କୁ ଗିରଫ କରି ସାରିଛି। ଏହା ପୂର୍ବରୁ ଏଜେନ୍ସି ୨୧ ଜୁଲାଇରେ ଖେରୱାଡା ସ୍ଥିତ ସିନ୍ଧି ସରକାରର ହବେଲି ନିବାସୀ ମହମ୍ମଦ ଜାଭେଦଙ୍କୁ ଗିରଫ କରିଥିଲା।

ଉଲ୍ଲେଖନୀୟ ଯେ, ପେଶାରେ ଟେଲର ଥିବା କହ୍ନୈୟା ଲାଲଙ୍କର ହତ୍ୟା ୨୮ ଜୁନ୍‌ରେ ରାଜସ୍ଥାନର ଉଦୟପୁରରେ ତାଙ୍କର ଦୋକାନରେ ହିଁ କରାଯାଇ ଥିଲା। ଏହି ଘଟଣା ରିୟାଜ ଅଖତରୀ ନାମକ ବ୍ୟକ୍ତି ହିଁ ଘଟାଇଥିଲା ଓ ପୂରା ଘଟଣାକୁ ତାର ସାଥି ଗୌସ୍‌ ମହମ୍ମଦ ରେକର୍ଡ କରିଥିଲା । ସେ ଉକ୍ତ ଘଟଣାର ଭିଡ଼ିଓ ଅନ୍‌ଲାଇନ୍‌ରେ ପୋଷ୍ଟ କରିଥିଲା । ଏହାପରେ ଦୁଇ ଅଭିଯୁକ୍ତ ଅନ୍ୟ ଏକ ଭିଡ଼ିଓ ଜାରି କରି କହିଥିଲେ କି ସେମାନେ ଏହି ହତ୍ୟା ଇସଲାମର କଥିତ ଅପମାନର ପ୍ରତିଶୋଧ ନେବା ପାଇଁ କରିଛନ୍ତି । ହେଲେ ଉଭୟଙ୍କୁ ହତ୍ୟାକାଣ୍ଡର କିଛି ଘଣ୍ଟା ପରେ ଗିରଫ କରାଯାଇ ଥିଲା ।

ସମ୍ବନ୍ଧିତ ଖବର