PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଶିବାଜୀ ପାର୍କରେ ଦଶହରା ଶୋଭାଯାତ୍ରା କରିବାକୁ ଉଦ୍ଧବ ଠାକରେଙ୍କ ଦଳକୁ ଅନୁମତି; ବଡ଼ ଆଶ୍ବସ୍ଥି ଦେଲେ ମୁମ୍ବାଇ ହାଇକୋର୍ଟ

Image Courtesy: Live Hindustan

ମୁମ୍ବାଇ,୨୩/୦୯: ଉଦ୍ଧବ ଠାକରେଙ୍କ ଦଳକୁ ମୁମ୍ବାଇ ହାଇକୋର୍ଟଙ୍କ ବଡ଼ ଆଶ୍ବସ୍ତି। ବମ୍ବେ ହାଇକୋର୍ଟ ଶିବାଜୀ ପାର୍କରେ ଦଶହରା ଶୋଭାଯାତ୍ରା କରିବାକୁ ଅନୁମତି ଦେଇଛନ୍ତି। ଏହା ସହିତ ସିନ୍ଦେଙ୍କ ଦଳକୁ ଅନୁମତି ଦିଆଯାଇନାହିଁ। ସେମାନଙ୍କୁ ଅନ୍ୟ କୌଣସି ସ୍ଥାନରେ ରାଲି କରିବାକୁ ହେବ। ଶିବସେନାକୁ ବମ୍ବେ ହାଇକୋର୍ଟ କହିଛନ୍ତି ଯେ, ଏହି ଆଦେଶକୁ ନେଇ ବିଏମସିର ୱାର୍ଡ ଅଫିସରଙ୍କ ନିକଟକୁ ଯାଇ ଶୋଭାଯାତ୍ରା ଆୟୋଜନ କରିବାକୁ ଅନୁମତି ଆଣିବ। କୋର୍ଟ କହିଛନ୍ତି ଯେ ସରକାର ଦେଇଥିବା ୨୦୧୬ର ଆଦେଶ ଅନୁଯାୟୀ ଏହି ଅନୁମତି ଦିଆଯିବ। କେବଳ ଏତିକି ନୁହେଁ, ସମଗ୍ର ଘଟଣାର ଭିଡିଓ କରାଯିବ ଏବଂ ଯଦି କିଛି ତ୍ରୁଟି ପରିଲକ୍ଷିତ ହୁଏ କିମ୍ବା କାନୁନ ବ୍ୟବସ୍ତା ଉପରେ ଯଦି ଏହାର କିଛି ପ୍ରଭାବ ପଡ଼େ ତେବେ ଅନୁମତିକୁ ନେଇ ପୁନଃ ବିଚାର କରାଯିବ।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦଶନ୍ଧି ଧରି ଶିବସେନା ଏହି ପାର୍କରେ ଶୋଭାଯାତ୍ରା କରିଆସୁଛି। ଏଭଳି ପରିସ୍ଥିତିରେ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ନିଜର ପରମ୍ପରାକୁ ବଜାୟ ରଖିବେ। ବିଏମସି ଉଭୟ ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକରେଙ୍କୁ ପାର୍କରେ ଶୋଭାଯାତ୍ରା କରିବା ପାଇଁ ଅନୂମତି ଦେବାକୁ ମନା କରିଦେଇଥିଲେ। ଏହା ପରେ ଉଭୟ ହାଇକୋର୍ଟରେ ପହଞ୍ଚିଥିଲେ। ଆଜି ଶୁଣାଣି ସମୟରେ କୋର୍ଟ ପ୍ରଥମେ ଶିବାଜୀ ପାର୍କରେ ଏକନାଥ ସିନ୍ଦେଙ୍କ ଦଳକୁ ଶୋଭାଯାତ୍ରା କରିବାକୁ ମନା କରିଦେଇଥିଲେ ଏବଂ ପରେ ଶିବସେନାକୁ ଅନୁମତି ଦେଇଥିଲେ। କେବଳ ଏତିକି ନୁହେଁ, ଏହି ସମୟରେ କୋର୍ଟ କହିଛନ୍ତି ଯେ ଶିବସେନାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ଠିକ୍ ନୁହେଁ। 

ଶୁକ୍ରବାର ଦିନ ସାଢ଼େ ତିନି ଘଣ୍ଟା ଧରି ହାଇକୋର୍ଟରେ ଏହି ପିଟିସନ ଉପରେ ବିତର୍କ ହୋଇଥିଲା। ଶିବସେନା, ବିଏମସି ଏବଂ ସିନ୍ଦେ ଦଳର ଓକିଲମାନେ ସେମାନଙ୍କ ପକ୍ଷ ବୁଝାଇବାକୁ ଚେଷ୍ଟା କରିଥିଲେ। ସମସ୍ତଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ କହିଛନ୍ତି ଯେ ବିଏମସିର ନିଷ୍ପତ୍ତି ଠିକ ନୁହେଁ। ଏହି ସମୟରେ କୋର୍ଟର ସର୍ତ୍ତ ଅନୁଯାୟୀ ଠକରେଙ୍କ ଓକିଲମାନେ ଆଇନ ଶୃଙ୍ଖଳା ରକ୍ଷା କରିବେ ବୋଲି ଆଶ୍ୱାସନା ଦେଇଥିଲେ। ବମ୍ବେ ହାଇକୋର୍ଟ କହିଛନ୍ତି ଯେ ସମଗ୍ର ଘଟଣାର ଭିଡିଓ ରେକର୍ଡିଂ ବାଧ୍ୟତାମୂଳକ ରହିବ ଏବଂ ଯଦି ଆବେଦନକାରୀ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଦାୟୀ ବୋଲି ଜଣାପଡେ ତେବେ ଭବିଷ୍ୟତରେ ସେମାନଙ୍କ ଅନୁମତି ଉପରେ ପ୍ରଭାବ ପଡ଼ିବ।