‘ଶୁଖିଲା ପତ୍ର ଗୁଡ଼ିକୁ ଯିବାକୁ ଦିଅ , ପୁଣି ନୂଆ ଆସିବେ’

ମୁମ୍ୱାଇ : ଏକନାଥ ସିନ୍ଦେଙ୍କର ବିଦ୍ରୋହ ଯୋଗୁଁ ଶାସନ ଓ ଦଳରେ ଦେଖା ଦେଇଛି ସଙ୍କଟ। ମହାରାଷ୍ଟ୍ର ରାଜନୀତି ଏବେ ପଡ଼ୁଛି ଉଠୁଛି । ଏହି ଭିତରେ ଉଦ୍ଧବ ଠାକରେ ପୁଣି ଥରେ ଇମୋସନାଲ କାର୍ଡ ଖେଳିଛନ୍ତି। ସେ ପାର୍ଟି ନେତାଙ୍କର ବୈଠକରେ କହିଛନ୍ତି କି, ଯଦିଓ ମୁଁ ସିଏମ୍ ଆବାସ ଛାଡ଼ି ଦେଇଛି , ହେଲେ ଲଢ଼େଇ ଛାଡ଼ି ନାହିଁ। ସେ ସିଏମ୍ ହେବା ସହ ହିଁ ସମସ୍ୟା ସବୁ ଆରମ୍ଭ ହେଲା କହି ଗତ ୨ବର୍ଷ ହେଲା କୋଭିଡ୍ ପ୍ରଭାବ ପକାଇଲା ବୋଲି କହିଛନ୍ତି। କୋଭିଡ୍ ଶେଷ ହେଲା କ୍ଷଣି ମୋ ବେକରେ ଯନ୍ତ୍ରଣା ଆରମ୍ଭ ହେଲା ଏବଂ ଏବେ ଏହି ସମସ୍ୟା ରହିଛି। ଏହା ମନେରଖିବା ଜରୁରୀ କି, କିଏ କେଉଁ ସମୟରେ କେମିତି ବ୍ୟବହାର କରିବ।
ଏକନାଥ ସିନ୍ଦେଙ୍କୁ ଟାର୍ଗେଟ୍ କରି ଉଦ୍ଧବ କହିଲେ- ମୁଁ ରୋଗରେ ପୀଡ଼ିତ ଥିଲି , ଆଉ କିଛି ଲୋକ ପ୍ରାର୍ଥନା କଲେ କି, ମୁଁ ସୁସ୍ଥ ନହୁଏ । ସେ ପୁଣି କହିଛନ୍ତି , ମୁଁ ଏକନାଥଙ୍କ ପାଇଁ କଣ କଣ ନ କରିଛି । ମୁଁ ସହରୀ ବିକାଶର ମନ୍ତ୍ରାଳୟ ଦେଇଛି , ମୁଁ ନିଜର ଭାଗର ଦୁଇଟି ମନ୍ତ୍ରାଳୟ ତାଙ୍କ ଦାୟିତ୍ୱରେ ଦେଇଥିଲି । ଉଦ୍ଧବ କହିଛନ୍ତି , ସେହି ଲୋକମାନେ ଶିବସେନା ଓ ଠାକରେ ପରିବାର ବିନା କିଛି କରିପାରିବେ ନାହିଁ । ଗଛରେ ଫୁଲ ଥାଏ , ଶାଖା ବି ଥାଏ ହେଲେ ତାହା ଜଡ଼ ତ ହୋଇଯାଏ ନାହିଁ । ଯଦି କିଏ ଛାଡ଼ି ଚାଲିଯାଏ ତ , ଖରାପ କାହିଁକି ଭାବିବି। ଶୁଖିଲା ପତ୍ର ଗୁଡ଼ିକୁ ଯିବାକୁ ଦିଅ , ପୁଣି ନୂଆ ଆସିବେ ।
ଉଦ୍ଧବ ଠାକରେ କହିଥିଲେ କି , ଏହି ଯେଉଁ ସ୍ଥିତି ସୃଷ୍ଟି ହୋଇଯାଇଛି , ଏହା ବିଷୟରେ ଆମେ ସ୍ୱପ୍ନରେ ବି ଭାବି ନଥିଲୁ । ଆମର ପଦର କୌଣସି ମୋହ ନାହିଁ । ରୋଗରେ ଥିଲି ଓ ବେକରେ ଯନ୍ତ୍ରଣା ଥିଲା । ଯାହାର ଅପରେସନ ହେଲା । ହେଲେ ଏହା ପଛରେ ହିଁ ଅନ୍ୟ ଏକ ଅପରେସନ କିଛି ଲୋକ ଚଲାଇଲେ ।