ଭୁବନେଶ୍ୱର,୨୯/୧୨: ଆସନ୍ତା ୩୧ ତାରିଖରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନେଟ୍ ପରୀକ୍ଷା ଆରମ୍ଭ ହେବ । ଜାନୁଆରୀ ୭ ତାରିଖ ଯାଏ ପରୀକ୍ଷା ଚାଲିବ । ୮୫ଟି ବିଷୟରେ ପରୀକ୍ଷା ହେବ । ଶନିବାରଠୁ ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟି ଏ) ୱେବ୍‌ସାଇଟ୍‌ରେ ଆଡମିଟ୍ କାର୍ଡ ଉପଲବ୍ଧ ରହିଛି । କେଉଁ ଦିନ କେଉଁଠି ପରୀକ୍ଷା ରହିଛି ତାହା ଏଥିରେ ଉଲ୍ଲେଖ ରହିଛି । ଏନେଇ ଏନ୍‌ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁଯାୟୀ, ଗତ ଅକ୍ଟୋବର ୭ ତାରିଖରୁ ନଭେମ୍ବର ୭ ଯାଏ ୟୁଜିସି ନେଟ୍ ଡିସେମ୍ବର ପାଇଁ ଆବେଦନ ହୋଇଥିଲା । ତେବେ ପରୀକ୍ଷା ଆସନ୍ତା ୩୧ ତାରିଖ, ଜାନୁଆରୀ ୨, ୩, ୫, ୬ ଓ ୭ ତାରିଖରେ ଅନୁଷ୍ଠିତ ହେବ । ପରୀକ୍ଷା ସଂପୂର୍ଣ୍ଣ ଭାବେ କମ୍ପ୍ୟୁଟର ବେସ୍  ଟେଷ୍ଟ (ସିବିଟି) ମୋଡ୍‌ରେ କରାଯିବ ।

ସୂଚନାଯୋଗ୍ୟ, ଜୁନିଅର ରିସର୍ଚ୍ଚ ଫେଲୋସିପ୍ (ଜେଆର୍‌ଏଫ୍) ଆୱାର୍ଡ, ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି, ଆସିଷ୍ଟାଣ୍ଟ ପ୍ରଫେସର ଓ ପିଏଚ୍‌ଡି ନାମଲେଖା ଏବଂ କେବଳ ପିଏଚ୍‌ଡି ନାମଲେଖା ପାଇଁ ଏହି ପରୀକ୍ଷାର ଫଳ ସହଯୋଗ କରିବ । ଏନ୍‌ଟିଏ ୱେବସାଇଟ୍ https://ugcnet.nta.nic.in ରେ ଉପଲବ୍ଧ ରହିଛି । ୟୁଜିସିର ୱେବ୍‌ସାଇଟ୍ [email protected]ରେ ସମସ୍ତ ତଥ୍ୟ ରହିଛ।