PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

୨୯ ଜିଲ୍ଲାରେ ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ, ରାଜ୍ୟରେ ନୂଆ ଅନୁଭବ ଦେଇଛି ଉଜ୍ଜ୍ୱଳା: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ଭାରତର ୬ କୋଟି ଘରେ ସ୍ୱଚ୍ଛ ଇନ୍ଧନ ଏଲ୍‌ପିଜି ପହଞ୍ଚାଯାଇଛି । ଓଡ଼ିଶାରେ ଏହି ସଂଖ୍ୟା ୩୬ ଲକ୍ଷରେ ପହଞ୍ଚିଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏ ଯୋଜନା ଆଜି ରାଜ୍ୟରେ ଏକ ନୂଆ ଅନୁଭବ ଦେଇଛି । କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ।
ଓଡ଼ିଶାର ୨୯ ଜିଲ୍ଲାରେ ଆୟୋଜିତ ଉଜ୍ଜ୍ୱଳା ସ୍ୱାଭିମାନ କାର୍ଯ୍ୟକ୍ରମରେ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ନୂଆଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅଂଶଗ୍ରହଣ କରିଥିଲେ । ଉଭୟ ମନ୍ତ୍ରୀ ସିଧାସଳଖ ୬୦ ହଜାର ଉଜ୍ଜ୍ୱଳା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ଏ ଅବସରରେ ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି, ଉଜ୍ଜ୍ୱଳା ଯୋଜନା ରାଜ୍ୟରେ ଏବେ ରାଜ୍ୟରେ ନୂଆ ଅନୁଭବ ଦେଇଛି । ପୂର୍ବରୁ ଓଡ଼ିଶାରେ ୧ କୋଟି ଘର ମଧ୍ୟରୁ ୨୦ ଲକ୍ଷ ଘରେ ଏଲ୍‌ପିଜି ସଂଯୋଗ ଥିଲା । କିନ୍ତୁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରେ ରାଜ୍ୟର ୭୫ ଲକ୍ଷ ପରିବାରରେ ଏଲ୍‌ପିଜି ପହଞ୍ଚିଲାଣି । ସେ କହିଛନ୍ତି, ଭଲ କାମ କଲେ ସମାଲୋଚନାର ଶିକାର ହେବାକୁ ପଡ଼ିଥାଏ । ମାତ୍ର ସମାଲୋଚନାକୁ ଭ୍ରୁକ୍ଷେପ ନ କରି କେନ୍ଦ୍ର ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି । ଆଗାମୀ ବର୍ଷକ ମଧ୍ୟରେ ଓଡ଼ିଶାର ଏମିତି କୌଣସି ଘର ନ ଥିବ, ଯେଉଁଠି ଉଜ୍ଜ୍ୱଳା ଯୋଜନାରେ ଏଲ୍‌ପିଜି ପହଞ୍ଚି ନ ଥିବ ।
ମୋଦି ସରକାର ସବୁବେଳେ ମହିଳାଙ୍କ ସମ୍ମାନ କଥା ଚିନ୍ତା କରୁଛନ୍ତି । ଦୀର୍ଘଦିନ ହେଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ହେଉ ନ ଥିବା ବେଳେ ପ୍ରଧାନମନ୍ତ୍ରୀ ଓ ମେନକା ଗାନ୍ଧିଙ୍କ ଉଦ୍ୟମ ଯୋଗୁ ଏବେ ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ଦରମା ୧,୫୦୦ ଟଙ୍କାକୁ ବୃଦ୍ଧି ହୋଇପାରିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଏ ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଛନ୍ତି, ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ୧୦୦ ସିଲିଣ୍ଡର ପାଇଁ ୧୦ ହଜାର ଲୋକଙ୍କ ଲାଇନ୍‌ ଲାଗୁଥିଲା । ମାତ୍ର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଦେଶର ମା’ ଓ ଭଉଣୀଙ୍କ ସମସ୍ୟା ବିଷୟରେ ଚିନ୍ତା କରିଥିଲେ । ଏଥିପାଇଁ ପ୍ରଧାନମନ୍ତ୍ରୀ ପ୍ରଥମେ ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହାପରେ ସରକାର ମହିଳାଙ୍କ ପାଇଁ ଶୌଚାଳୟ ଓ ଗ୍ୟାସ୍‌ ସିଲିଣ୍ଡର ସଂଯୋଗ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଏଣୁ ବର୍ତ୍ତମାନ ସୁଦ୍ଧା ୯୦% ଘରେ ସିଲିଣ୍ଡର ପହଞ୍ଚିପାରିଛି । ଏପରିକି ନାରୀ ନିର୍ଯ୍ୟାତନା ରୋକିବାକୁ ୩୫୦ ସଂସଦୀୟ କ୍ଷେତ୍ରରେ ସକ୍ଷୀ ସେଣ୍ଟର ଖୋଲାଯାଇପାରିଛି ବୋଲି ଗାନ୍ଧି କହିଛନ୍ତି ।