PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଘୋଷଡ଼ା ହେଲେ ମାଲ୍ୟା, ପ୍ରତ୍ୟର୍ପଣକୁ ବ୍ରିଟେନ୍‌ର ଅନୁମୋଦନ

source:http://www.newindianexpress.com

ନୂଆଦିଲ୍ଲୀ,୪ା୨(ଏଜେନ୍ସି):ପଳାତକ ଘୋଷିତ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାରେ ଭାରତକୁ ବଡ ସଫଳତା ମିଳିଛି । ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)କୁ ନେଇ ଗଠିତ ବ୍ୟାଙ୍କ କନ୍‌ସୋର୍ଟିମ୍‌ରୁ ୯,୦୦୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଋଣ ଖିଲାପି କରି ବ୍ରିଟେନ୍‌ ଫେରାର ହୋଇଯାଇଥିବା ମାଲ୍ୟା ଭାରତକୁ ଘୋଷଡ଼ା ହେବେ । ତାଙ୍କର ପ୍ରତ୍ୟର୍ପଣ ନିର୍ଦ୍ଦେଶରେ ସୋମବାର ମୋହର ମାରିଛନ୍ତି ବ୍ରିଟେନ୍‌ ଗୃହ ସଚିବ ସାଜିଦ ଜାଭିଦ୍‌ ।
ମାମଲାର ଗୁରୁତ୍ୱକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବା ପରେ ସାଜିଦ୍‌ ମାଲ୍ୟାଙ୍କ ପ୍ରତ୍ୟର୍ପଣକୁ ଅନୁମୋଦନ ଦେଇଛନ୍ତି । ବ୍ରିଟେନ୍‌ ଗୃହ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ବେଆଇନ ଅର୍ଥ କାରବାର, ଠକେଇ ଏବଂ ବୈଦେଶିକ ବିନିମୟ ପରିଚାଳନା ଆଇନ(ଫେମା)ର ଉଲ୍ଲଂଘନ ମାମଲାରେ ମାଲ୍ୟା ଅଭିଯୁକ୍ତ ଅଛନ୍ତି । ମାଲ୍ୟାଙ୍କ କିଙ୍ଗ୍‌ଫିସର ଏୟାର୍‌ଲାଇନ୍ସ ଏସ୍‌ବିଆଇ ନେତୃତ୍ୱରେ ଗଠିତ କନ୍‌ସୋର୍ଟିୟମ୍‌ରୁ ୯,୦୦୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଋଣ ଖିଲାପୀ କରିଛି । ଅଭିଯୁକ୍ତ ମାଲ୍ୟା ୨୦୧୬ ମାର୍ଚ୍ଚରେ ଭାରତରୁ ଫେରାର ହୋଇଯାଇଥିଲେ । ତାଙ୍କୁ ଫେରାଇ ଆଣିବାକୁ ଭାରତ ସରକାର ଆପ୍ରାଣ ଉଦ୍ୟମ କରିଥିଲେ । ଗତବର୍ଷ ଡିସେମ୍ବର ୧୦ରେ ଲଣ୍ଡନସ୍ଥିତ ୱେଷ୍ଟମିନିଷ୍ଟର ମ୍ୟାଜିଷ୍ଟ୍ରେଟ୍‌ କୋର୍ଟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏବେ ବ୍ରିଟେନ୍‌ ଗୃହ ବିଭାଗର ଅନୁମୋଦନ ପରେ ମାଲ୍ୟାଙ୍କୁ ଫେରାଇବା ନେଇ ଭାରତ ସରକାରଙ୍କ ଉଦ୍ୟମ ସଫଳ ହୋଇଛି ।
ଭାରତ ଆସିବା ପରେ ୬୩ ବର୍ଷୀୟ ମାଲ୍ୟା ମୁମ୍ବାଇର ଆର୍ଥର ରୋଡ୍‌ ଜେଲ୍‌ରେ ରହିବେ । ୨୬/୧୧ ମୁମ୍ବାଇ ଆତଙ୍କବାଦ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଅଜମଲ କସାବ ରହୁଥିବା କକ୍ଷରେ ସେ ରହିବେ ।