ଋଷରୁ ଭାରତ ଶସ୍ତା ତେଲ କିଣିପାରୁଛି କାରଣ ଆମେ ଏହାର ପରିଣାମ ଭୋଗୁଛୁ, ଜୟଶଙ୍କରଙ୍କୁ ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀଙ୍କ ପାଲଟା ଜବାବ

କିଭ୍,୬।୧୨: ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ଭାରତ ଉପରେ କଡା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଋଷରୁ ଭାରତର ଶସ୍ତାରେ ତେଲ ଏଥିପାଇଁ କିଣି ପାରୁଛି, କାରଣ ଆମେ ଏହାର ଭୋଗୁଛୁ। ସେ ଭାରତ ପକ୍ଷରୁ ଋଷରୁ ଶସ୍ତାରେ ତେଲ କିଣିବାକୁ ନୈତିକତା ରୂପରେ ଭୁଲ ବୋଲି ଘୋଷଣା କରିଛନ୍ତି। ଦିମିତ୍ରୋ କହିଛନ୍ତି, ଭାରତ ପାଖରେ ଋଷରୁ ଶସ୍ତା ତେଲ କିଣିବାର ସୁଯୋଗ ଏଥିପାଇଁ ମିଳୁଛି, କାରଣ ୟୁକ୍ରେନ୍ର ଲୋକ ଋଷର ଆକ୍ରମଣର ଶିକାର ହେଉଛନ୍ତି, ପ୍ରତିଦିନ ମରୁଛନ୍ତି।’ ଉଲ୍ଲେଖନୀୟ ଯେ, ଭାରତର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ନିକଟରେ କହିଥିଲେ, ଭାରତ ତୁଳନାରେ ୟୁରୋପିଆନ୍ ୟୁନିୟନ ରୁଷରୁ ତୈଳ ଓ ଗ୍ୟାସ୍ର ୬ ଗୁଣା ଅଧିକ ଉତ୍ପାଦନ କରୁଛି। ଜୟଶଙ୍କରଙ୍କ ଏହି ମନ୍ତବ୍ୟର ଜବାବରେ ଏଭଳି କହିଛନ୍ତି ଋଷ ବୈଦେଶିକ ମନ୍ତ୍ରୀ।
ଏସ ଜୟଶଙ୍କର ଫେବୃଆରୀରୁ ନଭେମ୍ବର ପର୍ଯ୍ୟନ୍ତ ଡାଟା ଉପରେ କଥା ହୋଇ ଏହି ଟିପ୍ପଣୀ ଦେଇଥିଲେ। ୟୁକେନ୍ର ବୈଦେଶିକ ମନ୍ତ୍ରୀ କହିଛନ୍ତି, ଏହା ଠିକ୍ ନୁହେଁ ଯେ, ୟୁରୋପିଆନ୍ ୟୁନିୟନ ଉପରେ ଟିପ୍ପଣୀ ଦେଇ ନିଜ ଭୁଲକୁ ଠିକ୍ କହିବା।’ ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀ କହିଛନ୍ତି, ରୁଷରୁ ଶସ୍ତା ତୈଳ ଆମଦାନୀ କରିବା ନେଇ ଭାରତର ନିଷ୍ପତ୍ତିକୁ ମାନବୀୟ ଦୃଷ୍ଟିକୋଣରୁ ଦେଖାଯିବା ଦରକାର। ସେ କହିଛନ୍ତି, ଭାରତ ବିଶେଷ ଭାବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଯୁଦ୍ଧକୁ ଶେଷ କରିବାରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଗ୍ରହଣ କରିପାରନ୍ତି। ସେ କହିଛନ୍ତି, ବିଶ୍ବ ନଜରରେ ଭାରତର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ବିଶେଷ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପରିବର୍ତ୍ତନ ଆଣିପାରନ୍ତି।
ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀ କହିଛନ୍ତି, ଆମେ ସେହି ଦିନର ଅପେକ୍ଷା କରୁଛୁ, ଯେତେବେଳେ ଭାରତ କହିବ ୟୁକ୍ରେନ୍ ଉପରେ ରୁଷ ଆକ୍ରମଣ କରିଛି। ବର୍ତ୍ତମାନ ଭାରତ କହୁଛି ୟୁକ୍ରେନ୍ରେ ଯୁଦ୍ଧ ଚାଲିଛି। ଋଷ ସହିତ ଭାରତର ବହୁ ଦଶକ ଧରି ଭଲ ସମ୍ପର୍କ ରହିଛି ଓ ଏହି ଯୁଦ୍ଧକୁ ନେଇ ଭାରତ ପକ୍ଷରୁ ଋଷକୁ କଡା ଆଲୋଚନା କରାଯାଇ ନାହିଁ। ତେବେ ଭାରତ ସ୍ପଷ୍ଟ ଭାବରେ ଋଷକୁ କହିଛି, ଏହା ଯୁଦ୍ଧର ସମୟ ନୁହେଁ। କୌଣସି ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ହେବା ଦରକାର। ଉଲ୍ଲେଖନୀୟ ଯେ, ଆମେରିକା ଓ ୟୁରୋପୀୟ ଦେଶର ଆପତ୍ତି ପରେ ମଧ୍ୟ ଋଷରୁ ଭାରତ ତୈଳ ଆମଦାନୀ କରୁଛି। ଭାରତର କହିବା ଅନୁସାରେ, ଏହା ଆମର ଦେଶବାସୀଙ୍କ ହିତରେ ରହିଛି, କାରଣ ଆମକୁ କମ୍ ଦାମ୍ରେ ତୈଳ କିଣିବାର ସୁଯୋଗ ମିଳୁଛି।