PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ୟୁକ୍ରେନ ମାରିୟୁପୋଲରେ ପହଞ୍ଚିଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଗତ ବର୍ଷ ମେ’ରେ ଏହି ସହରକୁ ନିଜ କବ୍‌ଜାକୁ ନେଇଥିଲା ରୁଷ

ନୂଆଦିଲ୍ଲୀ: ୟୁକ୍ରେନର ସହର ମାରିୟୁପୋଲରେ ପହଞ୍ଚଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ୟୁକ୍ରିନ-ରୁଷ ଯୁଦ୍ଧର ଗୋଟିଏ ବର୍ଷ ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ହଟାତ୍ ମାରିୟୁପୋଲରେ ପହଞ୍ଚଛନ୍ତି। ଗତ ବର୍ଷ ମେ’ରେ ମାରିୟୁପୋଲକୁ ରୁଷ ସେନା ନିଜ କବଜାକୁ ନେଇଥିଲା। ମାରିୟୁପୋଲ ହେଉଛି ଡେନେଟସ୍କ କ୍ଷେତ୍ରର ୟୁକ୍ରେନର ଗୋଟିଏ ସହର ।

ରୁଷର ସମାଚାର ଏଜେନ୍ସି ଟାସ୍ ଅନୁସାରେ ରାଷ୍ଟ୍ରପତି ପୁଟିନ ହେଲିକପ୍ଟର ଯୋଗେ ମାରିୟୁପୋଲ ପାଇଁ ଉଡାଣ ଭରିଥିଲେ ଏବଂ ପରେ ସେ ସହର ଅନେକ ଅଞ୍ଚଳରେ ନିଜେ ଗାଡି ଚଲାଇ ବୁଲିଥିଲେ । ଖବର ଅନୁସାରେ, ଏହି ସମୟରେ ରାଷ୍ଟ୍ରପତି ପୁଟିନ ସହରର ଅନେକ ଅଞ୍ଚଳ କାରରେ ବୁଲିବା ସହ ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲା । ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ ପୁଟିନ ଏପରି କରି ପାଶ୍ଚାତ୍ୟ ଦେଶର କଟକଣା  ସତ୍ତ୍ୱେ ୟୁକ୍ରେନ ମାମଲାରେ ଦୃଢ ଏବଂ ସବୁ ଆହ୍ୱାନର ସାମନା କରିବାକୁ ପ୍ରସ୍ତୁତ ଥିବା ସନ୍ଦେଶ ଦେବାକୁ ଚାହିଁଛନ୍ତି ।

କ୍ରିମିୟା ଗସ୍ତର ଗୋଟିଏ ଦିନ ପରେ ରାଷ୍ଟ୍ରପତି ପୁଟିନ ମାରିୟୁପୋଲ ଯାତ୍ରା କରିଛନ୍ତି । ଗୋଟିଏ ଦିନ ପୂର୍ବେ ୟୁକ୍ରେନରୁ କ୍ରିମିୟା ଅଲଗାର ହେବାର ନଅ ବର୍ଷପୂର୍ତ୍ତି ପାଳନ କରିଥିଲା । ୨୦୧୪ ମସିହାରେ ୟୁକ୍ରେନଠାରୁ କ୍ରିମିୟାକୁ ଅଲଗା କରିଥିଲା ରୁଷ ।

ସମ୍ବନ୍ଧିତ ଖବର