ଆମକୁ ମନପସନ୍ଦର ମଦ ମିଳୁନାହିଁ…ଏଥର ଆମେ ମଦ ବିକିବୁ….ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଚିଠି ଲେଖି ଜଣାଇଲେ ଯୁବକ

ହାଇଦ୍ରାବାଦ ୧୧ା୬: ବଜାର୍ରେ ଆମ ପସନ୍ଦର ବିଅର ଉପଲବ୍ଧ ନାହିଁ। ତେଣୁ ଆମେ ବିଅର ବିକିବା ଆରମ୍ଭ କରିବୁ….। ଏହି କଥା ଆମେ କହୁନୁ। ତେଲେଙ୍ଗନାର ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହିଭଳି ଅନୁରୋଧ କରିଛନ୍ତି।

ନିକଟରେ ଲୋକସଭା ନିର୍ବାଚନ ସରିଛି। ଭୋଟ୍ ଗଣତି ପାଇଁ ବାଲଟ୍ ବକ୍ସ ଖୋଲିଲା ପରେ ନିର୍ବାଚନ ଅଧିକାରୀଙ୍କୁ ଏହି ଚିଠିଟି ମିଳିଥିଲା। ଚିଠିରେ ଲେଖିଥିବା ବ୍ୟକ୍ତି ତାଙ୍କ ନାମ ଲେଖି ନଥିଲେ। କିନ୍ତୁ ସେ ନିଜକୁ ଜାଗ୍ତିଆଲ୍ ଜିଲ୍ଲାବାସୀ ବୋଲି ଲେଖିଥିଲେ। ଚିଠିରେ ସେ ଯାହା ଲେଖିଥିଲେ ନିର୍ବାଚନ ଅଧିକାରୀ ତାହା ପଢ଼ିଲା ପରେ ସେ ଚକିତ ହୋଇଥିଲେ।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର୍ ରାଓଙ୍କୁ ଜଣେ ବ୍ୟକ୍ତି ନିଜର ଏକ ଅଜବ୍ ଇଚ୍ଛା ନେଇ ଚିଠି ଲେଖିଛନ୍ତି। ଚିଠିରେ ସେ ଲେଖିଛନ୍ତି ଯେ ନିଜ ଜିଲ୍ଲାରେ ନିଜ ମନପସନ୍ଦର ବିୟର୍ ମିଳୁନାହିଁ। କିନ୍ତୁ ପଡ଼ୋଶୀ ଜିଲ୍ଲାରେ ତାହା ମିଳୁଛି। ତାଙ୍କ ଜିଲ୍ଲାର ଲୋକେ ପାଖ ଜିଲ୍ଲାକୁ ମଦ କିଣିବାକୁ ଯାଉଛନ୍ତି। ନିଜ ଜିଲ୍ଲାରେ ଉକ୍ତ ଫ୍ଲେବର୍ର ମଦ ବିକ୍ରି କରିବାକୁ ସେ ଚିଠି ଲେଖିଛନ୍ତି।