ଶେରଗଡ, ୧୭/୧୦: ଶୋଇଥିବା ବେଳେ କାମୁଡ଼ିଲା ବିଷାକ୍ତ ସାପ । ଚାଲିଗଲା ଅଜା-ନାତିଙ୍କ ଜୀବନ । ମୃତକ ପଞ୍ଚାନନ ନାୟକ ୫୦ ବର୍ଷ ଏବଂ ତାଙ୍କ ୧୦ ବର୍ଷର ନାତି ବୋଲି ବୋଲି ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲା କରଡାକଣା ପଞ୍ଚାୟତ ଅନ୍ତର୍ଗତ ଶବରପଲ୍ଲୀ ଗାଁରେ ଏଭଳି ଅଘଟଣା ଘଟିଛି ।

ସୂଚନା ମୁତାବକ, ଗୁରୁବାର ରାତି ୧୧ ଟାରେ ଶବରପଲ୍ଲୀ ଗାଁରେ ଅଜା ପଞ୍ଚାନନ ନାୟକ ଓ ତାଙ୍କ  ୧୦ ବର୍ଷର ନାତି ଘରେ ଶୋଇଥିଲେ । ଏହି ସମୟରେ ଏକ ବିଷାକ୍ତ ସାପ ଉଭୟଙ୍କୁ କାମୁଡ଼ି ଦେଇଥିଲା। ଫଳରେ ଦୁହେଁ ଗୁରୁତର ହୋଇ ପଡ଼ିଥିଲେ। ପରିବାର ଲୋକ ଉଭୟଙ୍କୁ ତୁରନ୍ତ ଶେରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାକୁ  ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଛି । ମେଡିକାଲ ଫାଣ୍ଡି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପଠାଇଛି  । ଅନ୍ୟପଟେ ଶେରଗଡ ଥାନାରେ ଏନେଇ କୌଣସି ମାମଲା ରୁଜୁ ହୋଇନାହିଁ।