୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାମୁଁ ମୃତ, ଭାଣଜୀ ଗୁରୁତର

ନବରଙ୍ଗପୁର, ୨୧।୬ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଥିବା ଏକ ଫାଇନାନ୍ସ ସଂସ୍ଥାରୁ ଟଙ୍କା ଋଣ ଆଣିବାକୁ ଯାଇଥିବା ବେଳେ ସେଠାରେ ଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ମାମୁଁର ମୃତ୍ୟୁ ଘଟିଥିବା ବେଳେ ଭାଣଜୀ ଗୁରୁତର ହୋଇଛନ୍ତି l ମୃତକ ଜଣକ ହେଲେ ଉମରକୋଟ ବ୍ଲକ ସୁକିଗାଁ ର ମହାଦେବ ରାୟ ।
ସୂଚନା ଅନୁଯାୟୀ ଉମରକୋଟ ବ୍ଲକ ସୁକିଗାଁର ମହାଦେବ ରାୟ, ତାଙ୍କ ଭାଣଜୀ ଓ ମହାଦେବଙ୍କ ମା’ ଋଣ ଟଙ୍କା ଆଣିବା ପାଇଁ ଏକ ଫାଇନାନ୍ସ ସଂସ୍ଥାକୁ ଯାଇଥିଲେ l ମହାଦେବଙ୍କ ଭାଣଜୀ ବାହାରେ ଖେଳିବା ସମୟରେ ସେଠାରୁ ଛାତ ଉପରୁ ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଏହା ମାମୁଁ ଦେଖିବା ପରେ ଭାଣଜୀକୁ ବଞ୍ଚେଇବାକୁ ଯାଇ ମହାଦେବ ମଧ୍ୟ ବିଦ୍ୟୁତ ସଂସ୍ପର୍ଶ ଆସିଯାଇଥିଲେ। ଉଭୟଙ୍କୁ ତୁରନ୍ତ ଉମରକୋଟ ମେଡିକାଲକୁ ନିଆଯାଇଥିଲା। ଡାକ୍ତର ମହାଦେବଙ୍କୁ ମୃତ ଘୋଷଣା କରିଥିବା ବେଳେ ଭାଣଜୀର ଚିକିତ୍ସା ଜାରି ରହିଛି l