ଦୁବାଇ,୩୦/୦୧: କୁଆଲାଲମ୍ପୁର ଠାରେ ଚାଲିଥିବା ଆଇସିସି ୧୯ବର୍ଷରୁ କମ୍‌ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସେମି ଫାଇନାଲ୍‌ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହୋଇଛି । ପ୍ରଥମ ସେମି ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ । ସେହିପରି ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ୍‌ ଖେଳାଯିବ । ଗ୍ରୁପ୍‌  ଏ’ରେ ଭାରତ ସମସ୍ତ ୪ଟି ଯାକ ଲିଗ ମ୍ୟାଚ୍‌ ଜିତି ୮  ପଏଣ୍ଟ ଅର୍ଜନ କରିଥିଲା । ଅଷ୍ଟ୍ରେଲିଆ ୩ଟି ବିଜୟ ସହ ୬  ପଏଣ୍ଟ ହାତେଇ ଦ୍ୱିତୀୟ ସ୍ଥାନରେ ରହିଥିଲା । 

ଗ୍ରୁପ୍‌-ବି’ରେ  ଦକ୍ଷିଣ ଆଫ୍ରିକା ୩ଟି ମ୍ୟାଚ ଜିତିଥିବାବେଳେ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ୭ ପଏଣ୍ଟ ସହ  ଦକ୍ଷିଣ ଆଫ୍ରିକା ଏହି ଗ୍ରୁପ୍‌ର ଶୀର୍ଷ ସ୍ଥାନ ଦଖଲ କରିଥିଲା ।  ୬ପଏଣ୍ଟ ସହ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ରହିଥିଲା । ବୁଧବାର ଅନୁଷ୍ଠିତ ଅନ୍ତିମ ଲିଗ ମ୍ୟାଚ୍‌ ଦ୍ୱୟରେ ଯଥାକ୍ରମେ ଶ୍ରୀଲଙ୍କା  ଦଳ ୧୨ ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାବେଳେ ନାଇଜେରିଆ ଦଳ ୬ ରନ୍‌ରେ ଆୟର୍ଲାଣ୍ଡକୁ ହରାଇଥିଲା । 

ମଧ୍ୟପ୍ରଦେଶ ବିପକ୍ଷରେ ରଣଜୀ ଟ୍ରଫି ଖେଳିବାକୁ ପ୍ରସ୍ତୁତ କୁଲଦୀପ ଯାଦବ